ads

Breaking News

ଇନଚାର୍ଜ ଆରଆଇ(ସୁପର ଭାଇଜର)ନାମରେ ଲାଞ୍ଚ ଅଭିଯୋଗ , ଭିଡିଓ ଭାଇରାଲ

କନ୍ଧମାଳ-କନ୍ଧମାଳ ଜିଲ୍ଲାରେ ମୋ ସରକାର 5T ଯୋଜନା ବିଫଳ ହୋଉଥିବା ଦେଖିବାକୁ ମିଳୁଛି । ମୋ ସରକାର ପ୍ରଣୟନ ଦ୍ବାରା ଅଫିସ ଗୁଡିକରେ ଉତ୍ତମ କାମ ହେବା ସହିତ ଲାଞ୍ଚ କାରବାର ବନ୍ଦ ହେବ ବୋଲି ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଥିଲେ ।କିନ୍ତୁୁ କିଛି ଅଫିସର ବାବୁ ଓ କର୍ମଚାରି ଏହି ଯୋଜନାକୁ ଅମାନ୍ୟ କରି ସିଧା ସଳଖ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳିଛି ।ଯାହା ଫଳରେକି ୫ଟି ବା ମୋ ସରକାର ର ବିଫଳତା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଳକର ରାଜସ ନିରକ୍ଷକ ଅଫିସର ଇନଚାର୍ଜ ଆରଆଇ ବା (ସୁପର ଭାଇଜର) ଶଙ୍କର ପ୍ରସାଦ ପାଢି ଏକ ଜମିର ନ୍ୟୁଷ୍ଟେସନ ଫାଇଲ କରିବା ପାଇଁ କାମ ବାବଦକୁ ବସନ୍ତ କୁମାର ସାହୁ ପିତା ବସନ୍ତ କୁମାର ସାହୁଙ୍କ ଠାରୁ ଲାଞ୍ଚ ବାବଦରେ ପାଞ୍ଚହଜାର(5ooo)ଟଙ୍କା ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା ।ଏ ବିଷୟରେ ସତ୍ୟା ସତ୍ୟ ଜାଣିବାକୁ ଆମେ କନୂଆଗାଁ ଆରଆଇ ଅଫିସରେ ପହଁଞ୍ଚି ଆରଆଇ ଇନଚାର୍ଜ (ସୁପର ଭାଇଜର)ଶଙ୍କର ପ୍ରସାଦ ପାଢିଙ୍କ ପ୍ରତିକ୍ରୀୟା ମାଗିଥିଲୁ ।ସେତେବେଳେ ଆରଆଇ ଇନଚାର୍ଜ ସୁପରଭାଇଜର ମହାଶୟ ଅତ୍ୟାଧିକ ମଦ୍ୟପାନ କରି ଅଫିସ ଟେବୁଲରେ ବସି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଥିଲା ।ମହାଶୟ ମଦ ନିଶାରେ ଏତେ ମାତ୍ରାରେ ଚୁର ହୋଇ ଯାଇଥିଲେଯେ ନିଜର ହିତହିତା ଜ୍ଞାନ ଭୁଲିଯାଇ ଅଫିସ କାମରେ ଆସିଥିବା ଲୋକମାନଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି  ।ଗଣ ମାଧ୍ୟମ ପ୍ରତିନିଧୀମାନେ ମ୍ୟୁଷ୍ଟେସନ ପାଇଁ ଲାଞ୍ଚ ମାଗୁଥିବା ଖବର ବିଷୟରେ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଦ୍ୟୁବ୍ୟବହାର ପ୍ରଦର୍ଶନ କରିଥିଲେ ସୁପର ଭାଇଜର ଶଙ୍କର ପ୍ରସାଦ ପାଢି ।ଇନଚାର୍ଜ ଆରଆଇ ଡ୍ୟୁଟିରେ ମଦ୍ୟପାନ କରି ଅଫିସ ଟେବୁଲରେ ବସିବା ସହିତ ସେ ୫ଟି ମୋ ସରକାରଙ୍କୁ ମାନନ୍ତି ନାହିଁ,ମୋର କଣ କରିବାର ଅଛି କର,ମୁଁ ମଦ ପିଇ ଡ୍ୟୁଟି କରିବି ମୋର କେହି କିଛି କରିପାରିବେ ନାହିଁ ,ବିନା ଲାଞ୍ଚରେ କିଛି ଫାଇଲ କାମ ହବନାହିଁ ,ଫାଇଲ ବାବଦକୁ ଯେଉଁ ଟଙ୍କା ଲାଞ୍ଚ ନୋଉଅଛି ସେଥିରେ ତହସିଲଦାର ସମେତ ଆମେ ସମସ୍ତ ଷ୍ଟାଫ ବାଣ୍ଟି ଭାଗ ନୋଉଅଛୁ ବୋଲି ଖୋଦ ଏହି ସୁପରଭାଇଜର ଇନଚାର୍ଜ ଆରଆର ପ୍ରକାଶ କରିବା ସହିତ ଯାହା କରିବାର ଅଛି କର ବୋଲି ରୋକଠୋକ କହିଛନ୍ତି ।ଏ ବିଷୟରେ କନୂଆଗାଁ ତହସିଲଦାରଙ୍କ ପ୍ରତିକ୍ରୀୟା ନେଇଥିଲୁ ମଦ ନିଶାରେ ଇନଚାର୍ଜ ଆରଆଇ ବା ସୁପର ଭାଇଜର ମୋ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ମୋ ଉପରେ ଆଣିଥିବା ଅଭିଯୋଗ ମନଗଢା କହାଣି । ଏ ବିଷୟରେ ତଦନ୍ତ କରି ଉକ୍ତ ମଦ୍ୟପ ଇନଚାର୍ଜ ଆରଆଇ ବା ସୁପର ଭାଇଜର ଉପରେ ଦୃଢ କାଯ୍ୟାନୁଷ୍ଠାନ ନେବାକୁ ପ୍ରକାଶ କରିଛନ୍ତି କନୂଆଗାଁ ତହସିଲଦାର ମନୋଜ କୁମାର ଦେବତା ।ଏଭଳି ଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ତହସିଲ ଅଫିସ ଓ ଆରଆଇ ଅଫିସରେ ଫାଇଲକୁ ମାସ,ମାସ ଧରି ଅଟକାଇ ଖୋଲା,ଖୋଲି ଲାଞ୍ଚ ଅର୍ଥ କାରବାର ବାରମ୍ବାର ଚାଲୁଥିବା ଦେଖିବାକୁ ମିଳିଛି ।ଏହି ଲାଞ୍ଚ କାରବାରରେ ସଂଶ୍ଳିଷ୍ଠ କିରାଣି,ଅଫିସର ବାବୁ ମାନଙ୍କ ଉପରେ ପ୍ରସାଶନ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଥିବା ଜଣାପଡିଛି ନଚେତ ଆଗାମି ଦିନରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରାଯିବାକୁ ବୁଦ୍ଧିଯିବିମାନେ ପ୍ରସାଶନ, ସରକାରଙ୍କୁ ଚେତାବନୀ ଦେଇଛନ୍ତି  । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ୭/୧୨/୨୦୨୦------ ୩,୫୦

ads

Blog Archive

Popular Posts