କୃଷି ଆଇନି ସଂଶୋଧନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଅଧିକରୁ ଅଧିକ କରିବା ପାଇଁ ନିବେଦନ କଲେ --ରାଜ୍ୟ ସମ୍ପାଦକ ରଘୁନାଥ ଦାଶ
ଡେଲାଙ୍ଗ-------- କେନ୍ଦ୍ର ସରକାର ଆଣିଥିବା ନୁତନ କୃଷି ଆଇନକୁ ବିରୋଧ କରି କୃଷକମାନେ ଆରମ୍ଭ କରଥିବା ଆନ୍ଦୋଳନକୁ ଦେଶବ୍ୟାପି ସମର୍ଥନ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଏହି ସଂଶୋଧିତ ଆଇନକୁ ରଦ୍ଦ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଅଧିକରୁ ଅଧିକକରିବା ପାଇଁ ଅଲଇଣ୍ଡିଆ କିଷାନ କ୍ଷେତମଜଦୁର ସଂଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାଶ ନିବେଦନ କରିଛନ୍ତି । ଏପରିକି ଏହି ଆନ୍ଦୋଳନରେ ଜନସାଧାରଣ ସାମିଲ ହେବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଶ୍ରୀ ଦାଶ କହିଛନ୍ତି ଏହି ଆଇନ ଲାଗୁ ହେବାପରେ ଦେଶରେ କୃଷି ଓ କୃଷକ ସାଧରଣ ଜନତା ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପୁରା ମୁଖା ଖୋଲି ଯାଇଛି । ଦେଶରେ ପୁଞ୍ଜିପତିଙ୍କ ସପକ୍ଷରେ କେନ୍ଦ୍ର ସରକାର ରହିଥିବା ଏହି ଆଇନ ପ୍ରଣୟନ କରି ପ୍ରମାଣ କରିଛନ୍ତି । ଅତ୍ୟାବଶ୍ୟକିୟ ସାମଗ୍ରୀ ଉପରେ ଆଇନି ଲାଗୁ ହେବା ଯୋଗୁ ସାଧରଣ ଜନତା ଟିଏ ପରିବାର ଭରଣ ପୋଷଣ କରିବା କଷ୍ଟକର ହୋଇପଡିଛି ।୧୯୫୫ ମସିହା ରୁ ଦିର୍ଘ ୬୫ ବର୍ଷ ଧରି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ରହି ଆସିଥିଲେ ବି ଏହି ଆଇନ ଅନୁଯାଇ ଚାଉଳ,ଡାଲି,ଆଳୁ,ପିଆଜ ,ଖାଇବା ତେଲ,ମକା,ଗାଜର,ସୁର୍ଯ୍ୟମୁଖି ଓ ଚଣା ଅଦି ୨୦ଟି ପଦାର୍ଥ ଉପରେ ସରକାରଙ୍କ ଦରଦାମ ନିୟନ୍ତ୍ରଣ ରହିଥିଲା । ଏହି କୃଷି ଆଇନ ସଂଶୋଧନ ହେବା ଦ୍ୱାରା ଏବେ ସରକାର ଏହି ୨୦ଟି ବସ୍ତୁ ଉପରୁ ନିଜର ନିୟନ୍ତ୍ରଣ ହରାଇ ଦେଇଛନ୍ତି । କର୍ପୋରେଟ ପୁଞ୍ଜିପତି ମାନେ ସିଧାସଳଖ ଏହି ଆଇନ ବଳରେ ଲାଭବାନ ହେଉଛନ୍ତି । ସାଧାରଣ ଲୋକଟିଏ ପେଟ ଚାଖଣ୍ଡ ପାଇଁ ଦାନା ଯୋଗାଡ କରିବା ଅସମ୍ଭବ ହୋଇପଡିବ ବୋଲି ଶ୍ରୀ ଦାଶ କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୦-----୪,୫୦



