ଡେଲାଙ୍ଗରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳିତ
ଡେଲାଙ୍ଗ- ------ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନ ସ୍ୱାସ୍ଥ୍ୟସେବା ଅଧିକାରୀ ବଳରାମ ପଟ୍ଟନାୟକଙ୍କ ତତ୍ୱବଧାନରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା । ପ୍ରତିଷେଧକ,ପ୍ରତିବର୍ଦ୍ଧକ ଏବଂ ପ୍ରତିକାରାତ୍ମକ ପ୍ରାଥମିକ ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ ସବୁ ସମୟରେ ସବୁଠାରେ ଓ ସହଜରେ ଉପଲବ୍ଧ କରାଯାଇଛି । ସୁସ୍ଥ ଓଡିଶା ସୁଖି ଓଡିଶା ଗଠନ କରିବା ଏହି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳନର ମୁଳ ଲକ୍ଷ୍ୟ ରହିଛି ବୋଲି ସ୍ୱାସ୍ଥ୍ୟ ସେବା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୁଷ ସ୍ୱାସ୍ଥ୍ୟ କର୍ମି ସାଧୁ ଚରଣ ଜେନା,ସୁପରଭାଇଜର କୁନିଲତା ଦେଇ ,ମହିଳା ସ୍ୱାସ୍ଥ୍ୟ କର୍ମି ସୁପ୍ରଭା ବେହେରା, ଏଏନ୍ଏମ୍ ବସନ୍ତ ମଞ୍ଜରୀ ଗୁରୁ ,ହରପ୍ରିୟା ବେହେରା,ରେଖା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଫାର୍ମାସିଷ୍ଟ ନିହାର ରଞ୍ଜନ ଜେନାମଣି ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୨/୧୨/୨୦୨୦-----୮.୪୫



