ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍-ସିଜିନ ୬ ; ମହାବୀର ଫାଇଟର ଓ ସଞ୍ଜୟ ଫାଇଟର ବିଜୟୀ
ଡେଲାଙ୍ଗ- ----- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । । ୩ୟ ଦିନ ମ୍ୟାଚରେ ପ୍ରଥମ ମ୍ୟାଚଟି ବ୍ଲାକ ଟାଇଗର ଦଳ ସହିତ ମହାବୀର ଫାଇଟର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ଲାକ ଟାଇଗର ଦଳ ବ୍ୟାଟିଂ କରି ୨୦ ଓଭର ରେ ୯ ଉଇକେଟ ହରାଇ ୧୩୫ ରନ କରିଥିଲେ । ଜବାବରେ ମହାବୀର ଫାଇଟର ୧୬.୩ ଓଭରରେ୨ ଉଇକେଟ ହରାଇ ୧୩୭ ରନକରି ବିଜୟୀ ହୋଇଥିଲେ । ଶୁଭମ ପାଟ୍ଟଶାଣୀ ଓ ନିତ୍ୟାନନ୍ଦ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ । ସେହିପରି ୨ୟ ମ୍ୟାଚଟି ସଞ୍ଜୟ ଫାଇଟର ସହିତ ରନିଙ୍ଗ୍ ରେବେଲ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ସଞ୍ଜୟ ଫାଇଟର ଫିଲିଡିଙ୍ଗି ନିଷ୍ପତି ନେଇଥିଲା । ରନିଙ୍ଗ ରେବେଲ ଦଳ ୨୦ ଓଭରରେ ୪ଉଇକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲେ । ତାର ଜବାବରେ ସଞ୍ଜୟ ଫାଇଟର ୧୯.୩ ବଲରେ ୪ଉଇକେଟ ହରାଇ ୧୮୮ ରନ କରିଥିଲେ । । ସଞ୍ଜୟ ଫାଇଟର ୬ ଉଇକେଟ ରେ ବିଜୟୀ ହୋଇଛନ୍ତି । ନିରୋଜ କୁମାର ରାଉତ ଓ ଅଭିଲାଶ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୨/୧୨/୨୦୨୦-----୮.୪୫



