ads

Breaking News

ଡେଲାଙ୍ଗରେ ଦୁଇ ଦିନିଆ ଯୋଗ ତାଲିମ ଶିବିର ଉଦଘାଟନ


 ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଯୋଗ ଶିବିର ଶନିବାର ସକାଳ ୭ଘଟିକାରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଏହି ଯୋଗ ଶିବିରକୁ ହିରୋ ମୋଟରର୍ସ ପକ୍ଷରୁ ଆୟୋଜନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଡେପୁଟି ଡାଇରେକ୍ଟର ଅଫ ସ୍ପୋର୍ଟସ ପ୍ରଭାକର ମଙ୍ଗରାଜ ଯୋଗ ଦେଇ ଯୋଗ କରିବା ଆଗରୁ କେତେକ ନୀତି ନିୟମ ମାନିବା ପାଇଁ ପଡିବ ଏବଂ ଯେଉଁ ରୋଗ ପାଇଁ ଔଷଧ ବାହାରିନାହିଁ ସେଥିପାଇଁ ଯୋଗ କରିବା ଦ୍ୱାରା ଉକ୍ତ ରୋଗରୁ କିଛି ପରିମାଣର ରକ୍ଷା ପାଇ ପାରିବା ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ହିରୋ ମୋଟରର୍ସ ଏମ. ଡି ବିପ୍ଳବ ନରେନ୍ଦ୍ର ଯୋଗଦେଇ ଯୋଗଶିବିରର ପତକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆନ୍ତଜାତିୟ କ୍ରୀଡାବିତ୍ତ ରେସଲିଙ୍ଗ ଅନିରୁଧ ରାଉତ, ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ବେହେରା, ଯୋଗଗୁରୁ ପ୍ରଭାତ କୁମାର ସାହୁ, ପ୍ରଦୀପ କୁମାର ଦଳାଇ ପୁରୀ, ସସ୍ମୀତା ରାଉତରାୟ ପତଞ୍ଜଳି, କେଶିରାମ ହେମ୍ମ୍ରମ, ଫିଜିଓଥେରାପି ଅଭିନାଶ ହରିଚନ୍ଦନ ଓ ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ବଟକୃଷ୍ଣ ଜେନା ପ୍ରତିଦିନ ନିଜ ଶରୀର ପାଇଁ ଏକ ଘଣ୍ଟା ଯୋଗ କରିବା ପାଇଁ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ, ଯୁବକ,ଯୁବତୀ ମାନଙ୍କୁ କହିବା ସହ ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହତାବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହରିଶ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ବଳବନ୍ତରାୟ ଓ କ୍ରୀଡାବିତ୍ ଜତିନି ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ସାମ୍ବାଦିକ ଧରରେନ୍ଦ୍ର ସେନାପତି, ବିଜୟ ମହାପାତ୍ର, ଦୀଲିପ ଧାଉଡିଆ, ପ୍ରସନ୍ନ କୁମାର ତ୍ରିପାଠୀ, ଦିବାକର ଷଡଙ୍ଗୀଙ୍କ ସହିତ ଅନ୍ୟ ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ତାଙ୍କର ଛାତ୍ର , ଛାତ୍ରୀ ମାନଙ୍କୁ ଧରି ଯୋଗ ଶିବିର ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୨/୧୨/୨୦୨୦--- ୫,୪୫

ads

Blog Archive