ads

Breaking News

ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତୀୟ ସେନା: ୫ ପାକିସ୍ତାନୀ ଯବାନଙ୍କର ମୃତ


ଶ୍ରୀନଗର------ଚେତୁନି ପାକିସ୍ତାନ ସୀମାରେ ଜାରି ରଖିଛି ଅସ୍ତ୍ରବିରତି ଉଲ୍ଲଂଘନ। ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ସେନା ଗୁଳିରେ ୫ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି। ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ଏଲଓସି (ନିୟନ୍ତ୍ରଣ ରେଖା) ନିକଟରେ ଗୁଳିବିନିମୟ ହୋଇଥିବା ସେନା ସୂତ୍ରରୁ ସୂଚନା ମିଳିଛି। ପାକିସ୍ତାନ ପଟୁ ମାଙ୍କୋଟ ସେକ୍ଟରରେ ଗୁରୁବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏଥିରେ ଭାରତର ସାଧାରଣ ନାଗରିକଙ୍କ ଅନେକ କ୍ଷୟକ୍ଷତି ଘଟିଥିଲା।

ତେବେ ଏହାର ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ ଯବାନମାନେ ମଧ୍ୟ ଫାୟାରିଂ କରିଥିଲେ। ଏଥିରେ ୫ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଏହାସହ ପାକିସ୍ତାନର ଅନେକ ବଙ୍କର ମଧ୍ୟ ଧ୍ବଂସ ପାଇଛି। ଧୀରେନ୍ଦ୍ର ସେନାପତି,୧୧/୧୨/୨୦୨୦-------୧୧,୦୦

ads

Blog Archive