ads

Breaking News

କୋଭିଡ-୧୯ ଅର୍ଥ ପ୍ରଦାନ କର ନଚେତ ମଙ୍ଗଳବାର ଠାରୁ ଦେବନୀତି ବନ୍ଦ ; ସେବାୟତ ସଂଘ ଦେଲା ଚେତାବନୀ

 


 ସାକ୍ଷୀଗୋପାଳ  ------ ସାକ୍ଷୀଗୋପାଳ ସେବାୟତ ମାନଙ୍କୁ କୋଭିଡ-୧୯ କାଳୀନ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ସେବାୟତ ମାନେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ଓ ଦେବନୀତି ବନ୍ଦ କରିବା ପାଇଁ  ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମୀଳନି କରି  କହିଛନ୍ତି ।  ପୁରୀ ଶ୍ରୀଜଗନ୍ନାଥ , ଭୁବନେଶ୍ୱର ଶ୍ରୀଲିଙ୍ଗରାଜ, କାକଟପୁର ମଙ୍ଗଳା, କଣ୍ଟିଲୋର ଶ୍ରୀ ନିଳମାଧବ ମନ୍ଦିର ସେବାୟତ ମାନେ କୋଭିଡ ସହାୟତ ପାଇଥିବା ବେଳେ ସାକ୍ଷୀଗୋପିନାଥ ମନ୍ଦିର ସେବାୟତଙ୍କୁ ଏ ପର୍ଯ୍ୟନ୍ତ କୋଭିଡ ସହାୟତା ଯୋଗାଇ ଦିଆଯାଇନାହିଁ । ଏ ସମ୍ପର୍କରେ ମନ୍ଦିର ସଭାପତି  ତଥା ବିଧାୟକ, ରାଜ୍ୟ ଦେବୋତ୍ତର ଆୟୁକ୍ତ, ସହକାରୀ ଦେବତ୍ତର ଆୟୁକ୍ତ, ଆଇନମନ୍ତ୍ରୀ, ଆଇନ ସଚ୍ଚିବ, ଭୁବନେଶ୍ୱର ଓ ଜିଲ୍ଲାପାଳ ପୁରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେବାୟତ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଦେବୋତ୍ତର କମିଶନର ୫ଲକ୍ଷ ୮୧ ହଜାର   ମଞ୍ଜୁର କରିଛନ୍ତି । ୮୩ଜଣ ସେବାୟତ ମାନଙ୍କୁ ପ୍ରଦାନ କରିବା ପାଇଁ ତାଲିକା ପ୍ରସ୍ତୁତି କରାଯାଇଛି । ଏହାକୁ ବିରୋଧ କରି ସେବାୟତ ସଂଘ ସମସ୍ତ ସେବାୟତଙ୍କୁ କୋଭିଡ-୧୯ ସହାୟତା ଦେବା ପାଇଁ ଏକ ତାଲିକା ରାଜ୍ୟ ଦେବତ୍ତର କମିଶନରଙ୍କୁ ପାଖକୁ ପଠାଯାଇଛି ।ମାତ୍ର କମିଶନରଙ୍କ ଆଦେଶକୁ ପ୍ରତିକ୍ଷା କରାଯାଇ ଅହେତୁକ ବିଳମ୍ବ କରାଯାଉଛି ବୋଲି ସେବାୟତ ସଂଘ ପକ୍ଷରୁ କୁହାଯାଇଛି । ଏଣୁ ସେବାୟତ ସଂଘ ପରିଚାଳନା ପରିଷଦ ବୈଠକର ନିଷ୍ପତିକ୍ରମେ  ଆଗାମୀ ସୋମବାର ୧୪ ତାରିଖ ମଧ୍ୟରେ ସେମାନଙ୍କୁ କୋଭିଡ-୧୯ ଆର୍ଥିକ ସହାୟତା ଯୋଗାଇ ନ ଦେଲେ ସେବାୟତ ମାନେ ଅନିଚ୍ଛା ସତ୍ୱେ ମନ୍ଦିର ପ୍ରଶାସନକୁ ସମ୍ପୁର୍ଣ୍ଣ ଅସହଯୋଗ କରିବେ ।   ମଙ୍ଗଳବାର ୧୫ ତାରିଖ ଠାରୁ ଶ୍ରୀଯିଉଙ୍କ ଦେବନୀତି ବନ୍ଦ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ଦାୟୀ ରହିବେ ବୋଲି ସାମ୍ବାଦିକ ସମ୍ମଳନୀରେ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ସଭାପତି ରାମଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ସଞ୍ଜୟ କୁମାର ନନ୍ଦ, ଉପସଭାପତି ଅଶୋକ ଖୁଣ୍ଠିଆ, କୋଷାଧ୍ୟକ୍ଷ ଭୃଗଦେବ କୋଠାରୀ ସଦସ୍ୟ ରାମଚନ୍ଦ୍ର ନନ୍ଦ, ସନ୍ତୋଷ କୁମାର ମେକାପ, ଜ୍ୟୋ୍‌ତି ଶଙ୍କର ଖୁଣ୍ଠିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ପକ୍ଷେ ମନ୍ଦିର କାର୍ଯ୍ୟନିର୍ବ÷ାହୀ ଅଧିକାରୀ ବିନୋଦ କୁମାର  ସ୍ୱାଇଁ କହନ୍ତି ରାଜ୍ୟ ଦେବତ୍ତର କମିଶନରଙ୍କ ପାଖକୁ ତାଲିକା ଯାଇଛି ତାହା ମଞ୍ଜୁର ହୋଇ ଆସିଲେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୨/୨୦୨୦---୮,୫୦

ads

Blog Archive