ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଆଳୁମିନି ଆସୋସିଏସନ ବୈଠକ


 ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଆଳୁମିନି ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଚି । ବୈଠକରେ ଶିକ୍ଷକ ସତ୍ୟବାଦୀ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥଲେ । ରାଜ୍ୟ ସରକାର ମୋ ସ୍କୁଲ ଯୋଜନାରେ ଆଳୁମିନି ଆସୋସିଏସନ ଗଠନ କରିବା ପାଇଁ ନିସ୍ପତି ନେଇଛନ୍ତି । ଏହି ଆସୋସିଏସନ ଦ୍ୱାରା ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ । ଆସୋସିଏସନ ୧ଟଙ୍କା ବ୍ୟାଙ୍କରେ ଡିପୋଜିଟ କଲେ ଶିକ୍ଷା ବିଭାଗ ଦୁଇଗୁଣ ଉନ୍ନତି କରଣ ପାଇଁ ଅର୍ଥ ପ୍ରଦାନ କରିବ । ପୁରୀ ଜିଲ୍ଲାରେ ରାଜ୍ୟ ସରକାର ଦୁଇଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ପୁରୀ ଜିଲ୍ଲା ସ୍କୁଲ ଅନ୍ୟଟି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ । ଆଜିର ଏହି ବୈଠକରେ ବିଦ୍ୟାଳୟର ୧୯୯୬ ମସିହାର ପୁରାତନ ଛାତ୍ର ସୁରେଶ କୁମାର ସାହୁ କହିଥିଲେ ୧୯୯୬ ବ୍ୟାଚର ବନ୍ଧୁ ମାନଙ୍କ ସହଯୋଗରେ ବିଦ୍ୟାଳୟର ଉନ୍ନତି କରଣ ନିମେନ୍ତ ୫୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ସେହିପରି ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା ତୁରନ୍ତ ବିଦ୍ୟାଳୟର ଛାତ୍ର ମାନଙ୍କ ପାଇଁ ପାଠଗାର ଓ ବିଜ୍ଞାନଗୃହ ପୁନ୍‌ଃଉଦ୍ଧାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଉପସ୍ଥିତ ଥିବା ପୁରାତନ ଛାତ୍ର ମାନେ ସମର୍ଥନ କରିଥିଲେ । ଏହି ଅବସରରେ କିଶୋର ମହାପାତ୍ର ଓରାଜ ବଲ୍ଲଭ ମିଶ୍ରଙ୍କୁ ଆଳୁମିନା ଆସୋସିଏସନର ସଭାପତି ଓ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ଶିକ୍ଷକ ବିଜୟ କୁମାର ପରିଡା, ବସନ୍ତ କୁମାର ସ୍ୱାଇଁ, ସିଆରସିସି ସୋମନାଥ ନନ୍ଦଙ୍କ ସହ ପୁରାତନ ଛାତ୍ର  ଧୀରେନ୍ଦ୍ର ସେନାପତି, ଅଶୋକ ବେହେରା , ସୁବାଷ ପ୍ରଧାନ, ରମା ଆଲୋକ ଖୁଣ୍ଠିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୨/୧୨/୨୦୨୦---୯,୦୦

ads

Blog Archive