ପିପିଲି ପୋଲିସ ଦୁଇଟି ଚୋରା ବାଲି ଟ୍ରାକ୍ଟର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି
ପିପିଲି--- ପିପିଲି ପୋଲିସ ବାଇପାସ ରାସ୍ତାରେ ଦୁଇଟି ଚୋରା ବାଲି ନେଇକି ଯାଉଥବା ଦୁଇଟି ଟ୍ରାକ୍ଟରକୁ ଜବତ କରିଥିବା ପିପିଲି ଏସଡିପିଓ ଦେବଦତ୍ତବରାଳ ପ୍ରେସନୋଟ ମାଧ୍ୟମରେ ଜଣାଇଛନ୍ତି । ଗାଡିନଂ ଓଡି- ୦୨, ଏଡି-୫୩୧୫ ଅନ୍ୟ ଟ୍ରାକ୍ଟର ନଂ ଓଡି- ୦୨ -ଏସି- ୦୭୪୧ । ଗାଡି ମାଲିକ ତଥା ଡ୍ରାଇଭର ପ୍ରତାପ ସାହୁ, ଓ ପବିତ୍ର ମହାନ୍ତିଙ୍କୁ ପିପିଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ଶ୍ରୀ ବରାଳଙ୍କ ଠାରୁ ସୁଚନା ମିଳିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର, ୮/୧୨/୨୦୨୦-----୪,୫୭


