ads

Breaking News

୩ ବର୍ଷ ପରେ ହଜିଲା ପୁଅକୁ ପାଇଲା ମା

ଝାରସୁଗୁଡ଼ା ------- ୩ ବର୍ଷ ପରେ ନିଜ ପୁଅକୁ ଫେରିପାଇଛି ମା’। ହେଲେ ସେହି ପୁଅ ଏବେ ମା’ ତଥା ପରିବାରବର୍ଗଙ୍କୁ ଚିହ୍ନି ପାରୁନାହିଁ। କହୁଛି ପୁଣି ଆଶ୍ରମକୁ ଫେରିଯିବ। ସେଠାରେ ତାକୁ ଭଲ ଲାଗୁଥିଲା। ଏଭଳି ସ୍ଥିିତିରେ ଗୋଟିଏ ପଟେ ୩ ବର୍ଷ ପରେ ପୁଅକୁ ପାଇ ମା’ ଖୁସିରେ କାନ୍ଦି ପକାଉଥିବାବେଳେ ଅନ୍ୟପଟେ ପୁଅ ତାକୁ ଚିହ୍ନି ପାରୁ ନଥିବାରୁ ଦୁଃଖରେ ଭାଙ୍ଗି ପଡ଼ିଛି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲା ବିଟିଏମ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ,୨୦୧୭ ମସିହାରେ ଲହଣ୍ଡାବୁଡ଼ାର ସବିତା ବୁଡ଼ା ଓ ଅଲେଖ ବୁଡ଼ା ଙ୍କ ପୁଅ ବିଶାଳ ବୁଡ଼ା ୧୨ ବର୍ଷ ହୋଇଥିଲା । ଘର ପାଖରେ ଖେଳୁଥିବା ସମୟରେ କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିବାରୁ ବିଟିଏମ ଫାଣ୍ଡିରେ ଏନେଇ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ତେବେ ପୁଲିସ ତଦନ୍ତ କରିବା ସହ ବିଶାଳକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା। ପରେ ୨୦୧୮ ମସିହାରେ ପରୀ କାର୍ଯ୍ୟକ୍ରମ ଜରିଆରେ ନାଗପୁରରେ ଥିବା ବିଶାଳ ଓଡ଼ିଶାର ବୋଲି ଚିହ୍ନଟ ହୋଇଥିଲା। ହେଲେ ବିଶାଳ ସାମନ୍ୟ ମାନସିକ ଅସୁସ୍ଥ ଥିବାରୁ ସେ କେଉଁ ଜିଲ୍ଲାର ସ୍ପଷ୍ଟ ଭାବରେ କହି ପାରିନଥିଲା। ଫଳରେ ତାକୁ ଭୁବନେଶ୍ୱର ଅଣାଯାଇ ଏକ ଆଶ୍ରମରେ ରଖାଯାଇଥିଲା। ସେଠାରୁ ସମସ୍ତ ଜିଲ୍ଲାର ଚାଇଲ୍ଡ ୱେଲ ଫୟାର କମିଟି ସହ ଯୋଗାଯୋଗ କରି ଶିଶୁଟିକୁ ଚିହ୍ନଟ କରିବା ପାଇଁ କୁହାଯାଇଥିଲା। ଏହାପରେ ଝାରସୁଗୁଡ଼ା ଜିଲ୍ଲା ଚାଇଲ୍ଡ ୱେଲ ଫେୟାର କମିଟି ଶିଶୁକୁ ଚିହ୍ନଟ କରିବା ସହ ଝାରସୁଗୁଡ଼ା ଆଣି ଆଜି ତାଙ୍କ ମା’କୁ ହସ୍ତାନ୍ତର କରିଛନ୍ତି। ଧୀରେନ୍ଦ୍ର ସେନାପତି ,୧୦/୧୨/୨୦୨୦ ,--------୮,୨୦

ads

Blog Archive