ads

Breaking News

ଦାଦା ଉପରେ ଗାଡି ଚଡାଇଦେଲା ପୁତୁରା



ଜଗତସିଂହପୁର: ---- ଦାଦା ଉପରେ ଗାଡି ଚଢାଇଦେଲା ପୁତୁରା।ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିବା ବେଳେ  ଦାଦାର ମୃତ୍ୟୁ ହୋଇଛି।ପୁତୁରା ଘଟଣା ପରେ ଫେରାର ହୋଇଯାଇଛି।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ହୁକୁଟୋଲା ଗ୍ରାମରେ।
ମଣିଜଙ୍ଗା ଗ୍ରାମପଞ୍ଚାୟତ ସରପଞ୍ଚ ମମତା ସାହୁଙ୍କ ସ୍ୱାମୀ ଗୁରିଆ ଓରଫ ରଶ୍ମିରଞ୍ଜନ ସାହୁ ପୁର୍ଵାହ୍ନରେ ନିଜ ଗ୍ରାମ ହୁକୁଟୋଲା ଗ୍ରାମଦେବତୀ ମନ୍ଦିର ପାଖରେ ଛିଡାହୋଇ ଦୁଇଜଣଙ୍କ ସହ କଥା ହେଉଥିଲେ।ହଠାତ ତାଙ୍କ ସାହିର ପୁତୁରା କାଜୁଆ ଓରଫ ମନୋଜ କୁମାର ସାହୁ ଏକ ଚାରିଚକିଆ ଡାଲା ଅଟୋ  ତାଙ୍କ ଉପରେ ଚଢାଇଦେଇଥିଲେ।ଅଟୋ ତଳେ ଚାପିହୋଇ ଗୁରୁତର ଅବସ୍ଥାରେ  ପ୍ରଥମେ ମଣିଜଙ୍ଗା ମେଡିକାଲ ଓ ପରେ କଟକ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ଦୁର୍ଘଟଣା ଘଟାଇ ପୁତୁରା କାଜୁଆ କେଉଆଡେ ଫେରାର ହୋଇଯାଇଛି।ଘଟଣା ସମ୍ପର୍କରେ ଖବରପାଇ ତିର୍ତ୍ତୋଲ ପୋଲିସ ମୌଖିକ ତଦନ୍ତ କରିଥିବା ବେଳେ ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଗାଡି ଓ ରକ୍ତ ସେହିପରି ରହିଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର , ୧୦/୧୨/୨୦୨୦------୩,୧୫

ads

Blog Archive