ads

Breaking News

ହରିୟାଣାରେ ପୁଣିଥରେ ଖୋଲିବ ହାଇସ୍କୁଲ: କରୋନା ରିପୋର୍ଟ ଜରୁରୀ ହୋଇଛି


ନୂଆଦିଲ୍ଲୀ: ------ ହରିୟାଣା ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ  ପୁଣିଥରେ  ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଛାତ୍ରୀଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ କରୋନା ଟେଷ୍ଟ ରିପୋର୍ଟ ଦେବାକୁ ପଡ଼ିବ। କୋଭିଡ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ପାଠପଢ଼ା ଡିସେମ୍ବର ୧୪ରୁ ଆରମ୍ଭ ହେବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପ୍ରତିଦିନ ୩ ଘଣ୍ଟା ପର୍ଯ୍ୟନ୍ତ ଖୋଲିବ। ଏଥିସହିତ ନବମ ଓ ଏକାଦଶ ଶ୍ରେଣୀ ଡିସେମ୍ବର ୧୧ରୁ ଖୋଲିବ ବୋଲି ସୂଚନା ମିଳିଛି।ସୁଚନାଯୋଗ୍ୟ, ସ୍କୁଲ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ରିପୋର୍ଟ ଦେବାକୁ ପଡ଼ିବ। ଏଥିରେ ବିଦ୍ୟାର୍ଥୀଙ୍କ ଠାରେ କରୋନା ଲକ୍ଷଣ ନଥିବା ଜରୁରୀ। ଏହି ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ ମଧ୍ୟ ହୋଇଥିବା ଦରକାର ବୋଲି ଜଣାପଡିଛି । ଧୀରେନ୍ଦ୍ର ସେନାପତି,୧୦/୧୨/୨୦୨୦-----୮,୨୨

ads

Blog Archive