ads

Breaking News

ମନ୍ଦିର ପ୍ରଶାସନର ତୃଟିପୁର୍ଣ୍ଣ ତାଲିକା କାଟ ଖାଇଲା ; ସେବାୟତ ସଂଘର ତାଲିକା କାଏମ ରହିଲା


 ସାକ୍ଷୀଗେ।।ପଳ----- ସେବାୟତ ସଂଘ କରିଥିବା ଦାବି ପୂରଣ ହୋଇଛି । ମନ୍ଦିର ପ୍ରଶାସନର ତୃଟିପୁର୍ଣ୍ଣ ତାଲିକା କାଟ କାଇଥିବା ଜଣାପଡିଛି । ସେବାୟତ ମାନଙ୍କୁ କୋଭିଡ- ୧୯ ସହାୟତା ଯୋଗାଇ ଦେବା ପାଇଁ ସେବାୟତ ସଂଘ ପକ୍ଷରୁ ରାଜ୍ୟ ସରକାର, ରାଜ୍ୟ ଦେବୋତ୍ତର କମିଶନରଙ୍କ ସହିତ ପୁରୀ ଜିଲ୍ଲାପାଳ ଓ ବିଧାୟକଙ୍କ ପାଖରେ ବାରମ୍ବାର ସେବାୟତ ସଂଘ ଦାବି କରି ଆସିଥିଲା । ମାତ୍ର ମନ୍ଦିର ପ୍ରଶାସନ ଏକ ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ରାଜ୍ୟ ଦେବୋତ୍ତର କମିଶନରଙ୍କୁ ଦେଇଥିଲେ ।ଏହା ଜାଣିବା ପରେ ସେବାୟତ ସଂଘ ପ୍ରତିବାଦ କରିବା ସହ ତୃଟିପୂର୍ଣ୍ଣ ତାଲିକାକୁ ବାଦ ଦେଇ ସମସ୍ତ ସେବାୟତ ମାନଙ୍କୁ କୋଭିଡ-୧୯ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରିଥିଲା । ଏହାକୁ ନେଇ ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସେବାୟତ ସଂଘ ଠାକୁରଙ୍କ ନୀତିକାନ୍ତି ବନ୍ଦ କରି ଧାରଣା ଦେବ ବୋଲି ଏକ ସାମ୍ବାଦିକ ସମ୍ମଳନୀ କରିଥିଲା । ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଉମାକାନ୍ତ ସମାନ୍ତରାୟଙ୍କ ରାଜ୍ୟ ଦେବୋତ୍ତର କମିଶନରଙ୍କୁ ସେବାୟକ ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ଗ୍ରହଣ କରିବା ପାଇଁ କମିଶନରଙ୍କ ପାଖରେ ନିବେଦନ କରିଥିଲେ ।ଶ୍ରୀ ସାମନ୍ତରାଙ୍କ ନିବେଦନକୁ ଗ୍ରହଣକରି ରାଜ୍ୟ ଦେବୋତ୍ତର କମିଶନର ମୋହର ଲଗାଇଛନ୍ତି ।  ସମସ୍ତ ସେବାୟତ ମାନେ କୋଭିଡ-୧୯ ସହାୟତା ରାଶି ପାଇ ପାରିବେ । ବହୁ ଶିଘ୍ର ଏକ ଉତ୍ସବରେ ଏହି ରାଶି ପ୍ରଦାନ କରିବା ପାଇଁ ସେବାୟତ ସଂଘ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି । ସାକ୍ଷୀଗୋପିନାଥ ସେବାୟତ ସଂଘ ଯେଉଁ ଆନ୍ଦୋଳନ ଡାକରା ଦେଇଥିଲା ତାହା ପ୍ରତ୍ୟାହାର କରିଥିବା ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଓ କର୍ମକର୍ତ୍ତା ମାନେ ଘୋଷଣା କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୫/୧୨/୨୦୨୦---୫,୪୦

ads

Blog Archive