ads

Breaking News

ପୁରୀରେ ମେଡିକାଲ କଲେଜ ପାଇଁ ଅର୍ଥ ମଞ୍ଜୁର ପରେ ସତ୍ୟବାଦୀରେ ଖୁସିର ଲହରୀ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ଦୀପଦାନ



ସାକ୍ଷୀଗୋପାଳ------ପୁରୀରେ ରାଜ୍ୟ ସରକାର ବହୁ ଶିଘ୍ର ଏକ ସରକାରୀ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ଯାଉଛନ୍ତି । କ୍ୟାବିନେଟରେ ୨୨୪ କୋଟି ୫୬ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ଏଥିରେ ୬୫୦ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଦାନ କରିବେ । ଏଥିପାଇଁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାଙ୍କ ତତ୍ୱବଧାନରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଶତାଧିକ ମହିଳା, ବିଜୁଦଳପ୍ରେମୀ, ଜନ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି , ଛାତ୍ର ମାନେ ଏକାଠି ହୋଇ ଦୀପଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ ବିତାଇବା ପାଇଁ କାମନ କରିଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ର୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଜେଡି ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ସମାଜସେବୀ ଶଙ୍କର ପ୍ରଦାନ, ସୁରେଶ କୁମାର ସାହୁ, ସୁବାଷ ପ୍ରଧାନ, ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ପ୍ରକାଶ ଖଟେଇ . ନିରୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୪/୧୨/୨୦୨୦---୭. ୪୦

ads

Blog Archive