ads

Breaking News

ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗର ୪ର୍ଥ ଦିବସ; ସୋମନାଥ ଫାଇଟର ଓ ଷ୍ଫୋଟିଙ୍ଗି କ୍ଲବ ବିଜୟୀ


 ଡେଲାଙ୍ଗ -------- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ୬   ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ୪ର୍ଥ ଦିବସରେ  ସୋମନାଥ ଫାଇଟର ଦଳ ସହିତ ମହାବୀର ଫାଇଟର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ସୋମନାଥ ଫାଇଟର ଦଳ ପ୍ରଥମେ ବ୍ୟାଟିଂ କରି  ୨୦ ଓଭର ରେ ୭ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିଥିଲେ । ଜବାବରେ ମହାବୀର ଫାଇଟର ଦଳ ୧୫.୧ ବଲରେ ସମସ୍ତ ଉଇକେଟ ହରାଇ ୯୧ ରନ ସଂଗ୍ରହ କରିଥିଲେ । ସୋମନାଥ ଫାଇଟର ୧୪୪ ରନରେ ବିଜୟୀ ହୋଇଥିଲେ ।  କାଳୁ ଚମ୍ପତି ଓ ମୃତଞ୍ଜୟ ବିଶ୍ୱାଳ ମ୍ୟାଚ ପରିଚାଳନା କରିଥିଲେ ।  ସେହିପରି ୨ୟ ମ୍ୟାଚଟି ଷ୍ଫୋଟିଙ୍ଗ କ୍ଲବ ସହିତ ବ୍ଲୁ ଡାଇମଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ଷ୍ପୋଟିଙ୍ଗ କ୍ଲବ ପ୍ରଥମେ କରି୨୦  ଓଭରରେ ୪ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲେ । ଜବାବରେ ବ୍ଲୁ ଡାଇମଣ୍ଡ ଦଳ ୧୫.୫ ବଲରେ ସମସ୍ତ ଉଇକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲେ । । ଏହି ମ୍ୟାଚକୁ ଷ୍ଫୋଟିଙ୍ଗି କ୍ଲବ ୭୦ ରନରେ  ବିଜୟୀ ହୋଇଛି । ଦିପକ  କୁମାର ମହାରଣା  ଓ ଅଭିଲାଶ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୩/୧୨/୨୦୨୦---- ୭,୪୨

ads

Blog Archive