ads

Breaking News

ପଞ୍ଚସଖା ମଣ୍ଡପ ସଫେଇ


 ସାକ୍ଷୀଗୋପାଳ----  ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳଜଳ ସେଚନ ବିଭାଗ ଡାକବଙ୍ଗଳା ନିକଟ ପଞ୍ଚସଖା ମଣ୍ଡପ ପରିସରରେ ଥିବା ମୂର୍ତ୍ତି ଓ ପରିସର ସଫେଇ କରିବା ସହ ଫୁଲମାଳ ଓ ଦୀପ ପ୍ରଦାନ କରାଯାଇଥିଲା । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମର ଗରିବର ସାଥୀ ଅନୁଷ୍ଠାନର ପ୍ରତିଷ୍ଠାତା ସନ୍ଧୀପ ମହାପାତ୍ରଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ତଥା ଯୁବନେତା ବିଶ୍ୱଜିତି ପରିଡା ଓ ବାଲୁଙ୍କେଶ୍ୱର ମହାପାତ୍ର, ରବି ନାରାୟଣସ୍ୱାଇଁ, ସୁମନ ମହାପାତ୍ର, ଲିପ୍ତରଞ୍ଜନ ପ୍ରଧାନ, ଉମେଶ ପଣ୍ଡା ପ୍ରମୁଖ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ସତ୍ୟବାଦୀର ବିଭିନ୍ନ ମଠ ମନ୍ଦିର ଗୁଡିକ ଅନୁଷ୍ଠାନ ପକ୍ଷରୁ ସଫେଇ କରାଯିବ ବୋଲି ସ୍ୱେଚ୍ଛାସେବୀ ଶ୍ରୀ ପରିଡା କହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୩/୧୨/୨୦୨୦-----୭,୪୦

ads

Blog Archive