ads

Breaking News

ଆଦର୍ଶ ଟ୍ରଷ୍ଟ ପକ୍ଷରୁ ଗ୍ରାମ ସଫେଇ


 ଡେଲାଙ୍ଗ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଡିପୁଟ ମାଟିଆ ପଡା ଗ୍ରାମ ପଞ୍ଚାୟତର ଅରାଗଡ ଗ୍ରାମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅରାଗଡ ଗ୍ରାମ ପରିସର ସଫେଇ କରାଯାଇଛି । ଆଦର୍ଶ ଟ୍ରଷ୍ଟର ପ୍ରକଳ୍ପ ଅଧିକାରୀ ପ୍ରସନ୍ନ ମୁଦୁଲିଙ୍କ ତତ୍ୱବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  କେଦାର , ଚୈତନ୍ୟ, ନିହାର, ଦିପୁ ଓ ଅନ୍ୟ ଯୁବକ ମାନେ ଗ୍ରାମ ସଫେଇ କରିବାରେ ସହଯୋଗ କରିଥିଲେ । ଆଦର୍ଶ ଟ୍ରଷ୍ଟର ସମ୍ପାଦକ ପ୍ରଦୀପ୍ତ କୁମାର ନାୟକ ଗ୍ରାମର ଯୁବକ ମାନେ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସେମାନଙ୍କୁ ସାଧୁବାଦ ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୧୨/୨୦୨୦---- ୭,୪୫

ads

Blog Archive