ads

Breaking News

ବରଗଡ଼ ଓ ଟିଭି କ୍ୟାମେରା ମେନ ଦୁର୍ଘଟଣା ରେ ଆହତ



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍-ବରଗଡ ଜିଲ୍ଲା "ଓ ଟିଭି" ର କେମରାମେନ ସୁଦାମ ଭୋଇ, ସେ ଅର୍ଜୁଣ୍ଡା ପଞ୍ଚାୟତ ଭେଜିପାଲି ଗ୍ରାମ ରୁ ସୁଟିଂ ସାରି ଫେରୁଥିବା ବେଳେ ଭେଡ଼େନ ସହଁରାଟିକରା ରୁ ବରଗଡ ରାସ୍ତା ରେ ତାଙ୍କର ବାଇକ୍ ଉପରକୁ ହଠାତ୍ ଏକ ହନୁ ମାଙ୍କଡ ଡେଇଁ ପଡିଥିଲା । ସେ ତଳେ କଚାଡି ହୋଇ ପଡିଯାଇଥିଲେ। ତାଙ୍କର  ହାତପାପୁଲି,କହୁଣି ଓ ମୁହଁରେ ଆଘାତ ପ୍ରାପ୍ତ ହୋଇଥିଲେ । ଭାଗ୍ୟ କୁ ସେ ହେଲମେଣ୍ଟ ପିନ୍ଧି ଥିଲେ। ଏହି ସମୟରେ ପଛରେ ଆସୁଥିବା ଦୁଇ ଜଣ ବ୍ଯକ୍ତି  ତାଙ୍କୁ ଉଦ୍ଧାର କରି ବରଗଡ ସଦର ଡାକ୍ତରଖାନା ନେଇ ଚିକିତ୍ସା କରାଇଥଲେ। ସେ ହେଲମେଟ୍ ପିନ୍ଧିବା ପାଇଁ ତାଙ୍କର କ୍ଷତି ହୋଇନଥିଲା।ଉକ୍ତ ଦୁଇ ଜଣ ବ୍ଯକ୍ତି ଓ ତାଙ୍କର ହିତାକାଂକ୍ଷୀ ମାନଙ୍କ ପାଇଁ ବିଶେଷ କ୍ଷତି ହୋଇନଥିଲା ବୋଲି ସୁଦାମ କହିଛନ୍ତି,ଭାଗବାନ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍୭/୧୨/୨୦୨୦------ ୫,୪୦.

ads

Blog Archive