ସାଂସଦଙ୍କ ଓଗାଳପଡା ଗ୍ରାମ ପରିଦର୍ଶନ
ଜଟଣୀ --ଭୂବନେଶ୍ବର ସାସଂଦ ଅପରାଜିତା ଷଡଙ୍ଗୀ ଜଟଣୀ ବ୍ଲକ ଅନ୍ତର୍ଗତ ଯାଁଳା ପଞ୍ଚାୟତର ଓଗାଳପଡା ଗ୍ରାମର ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ ।ମୁଖ୍ୟତଃ ଷୋହଳ ନଂ ଜାତୀୟ ରାଜପଥ ର ଓଗାଳପଡା ଠାରେ ଲୋକମାନଙ୍କ ଯାତାୟତ ପାଇଁ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଥିଲେ ।
ତେଣୁ ରାଜପଥରେ ଏକ ଅଣ୍ଡର ବାଇପାସ୍ ତିଆରି କରିବା ପାଇଁ ସାଧାରଣରେ ଦାବି ହୋଇଛି ।ଏହାପରେ ଯାଁଳାର ଓଗାଳପଡା ଗ୍ରାମ ଠାରୁ ଛଣଘର କୁଶୁମାଟି ପଞ୍ଚାୟତର ଛେଲେଦା ଗ୍ରାମ ସହ କଂକ୍ରିଟ୍ ରୋଡ ସଂଯୋଗୀକରଣ କରିବା ପାଇଁ ମଧ୍ୟ ଦାବି ଗ୍ରାମ ବାସୀ ରଖିଥିଲେ । ବର୍ଷା ଦିନେ ଏହି ରାସ୍ତାରେ ଯାତାୟତ କରିବା ବହୁ ଅସୁବିଧା ହୁଏ ।ତେଣୁ ଆର ଡି ବିଭାଗକୁ ଏବାବଦରେ ଜଣାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।ଏହି ଦୁଇ ସମସ୍ୟାର ସମାଧାନ ପାଇଁ ରାଜପଥ ବିଭାଗ ଓ ଆର ଡି ବିଭାଗ ସହ ଯୋଗାଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଯାଆଁଳା ସରପଞ୍ଚ ପ୍ରଦୋଶ ଜେନାଙ୍କ ନେତୃତ୍ୱରେ ସାଂସଦଙ୍କ ସହ ବିଜେପି ନେତା ସୁଦିପ୍ତ ରାୟ ଓ ବିଶ୍ବ ରଞ୍ଜନ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀ --ରଙ୍ଗନାଥ ବେହେରା ,୭/୧୨/୨୦୨୦----୫,୫୫





