ads

Breaking News

ଚଳନ୍ତା ବାଇକରେ ଲାଗିଗଲା ନିଆଁ ; ବାଇକି ଚାଳକ ନଦୀ କୁ ଡେଇଁଲେ


ଝାରସୁଗୁଡ଼ା,------ ଝାରସୁଗୁଡା ଜିଲ୍ଲା ଇବ ବ୍ରିଜ ଉପରେ ଆଜି ଅପରାହ୍ଣରେ ଏକ ଚଳନ୍ତା ବାଇକରେ ହଠାତ୍ ଲାଗି ଯାଇଥିଲା ନିଆଁ। ବାଇକ ଆରୋହୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ଣରେ ବେଲପାହାଡର ସଞ୍ଜିବ କୁମାର ଦେ ଝାରସୁଗୁଡାରୁ ବେଲପାହାଡକୁ ଆସୁଥିଲେ। ତେବେ ବାଇକରୁ ପେଟ୍ରୋଲ ଲିକ ହୋଇ ହଠାତ ନିଆଁ ଲାଗିଯାଇଥିଲା। ବାଇକଟି ହୁ ହୁ ହୋଇ ଜଳିବା ପରେ ସଞ୍ଜିବ ଭୟରେ ଇବ ନଦୀକୁ ଡେଇଁ ପଡ଼ିବାରୁ ନିଜ ଜୀବନ ସୁରକ୍ଷା ହୋଇ ପାରିଛି ବୋଲି ପୋଲିସ କହିଛି । ଧୀରେନ୍ଦ୍ର ସେନାପତି,୯/୧୨/୨୦୨୦----୧୨,୨୫

ads

Blog Archive