ads

Breaking News

ତୁରେକେଲା ଅଞ୍ଚଳରେ ୩୦ଟି ଜଙ୍ଗଲି ହାତୀଙ୍କର ଉପଦ୍ରବ

ବଲାଙ୍ଗୀର: ଖେତରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଏବେ ହାତୀମାନେ ଧାନ ଖଳାକୁ ପଶି ଆସିଛନ୍ତି। ଖେତରୁ ସଂଗୃହୀତ କରି ଖଳାରେ ଗଚ୍ଛିତ କରିଥିବା ଧାନକୁ ହାତୀମାନେ ଖାଇଯାଉଛନ୍ତି। ଏଭଳି ଏକ ଦୃଶ୍ୟ ବଲାଙ୍ଗିର ଜିଲ୍ଲା ତୁରେକେଲା ନିକଟ ଝରଣ ପଞ୍ଚାୟତରେ ଦେଖିବାକୁ ମିଳିଛି। ଖଳା ଭିତରକୁ ୩୦ ଟିକିଆ ହାତୀପଲ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ରାମଡ ଓ ରାଉତମୁଣ୍ଡାରେ ମଙ୍ଗଳବାର ରାତିରେ ହାତୀ ପଲ ପଶି ଧାନ ଖାଉଥିବା ଜଣାପଡିଛି । ଚାଷୀମାନେ ଋଣ କରି ଚାଷ କରିଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପରିମାଣର କ୍ଷତି ସହିଛନ୍ତି। ବାକି ଥିବା ଚାଷକୁ ଅମଳ କରି ଖଳାରେ ରଖିଥିବାବେଳେ ହାତୀମାନେ ଏହାକୁ ମଧ୍ୟ ପଶି ଖାଇଯାଉଛନ୍ତି। ଫଳରେ ଚାଷୀମାନେ କିପରି ଋଣ ପରିଶୋଧ କରିବେ ସେ ନେଇ ଚିନ୍ତିତ ଅଛନ୍ତି। ଅନ୍ୟପଟରେ ସନ୍ଧ୍ୟା ହେବା ପରେ ଲୋକେ ହାତୀ ଭୟରେ ଘର ଭିତରୁ ବାହାରିପାରୁ ନାହାନ୍ତି। ଧୀରେନ୍ଦ୍ର ସେନାପତି ୯/୧୨/୨୦୨୦------ ୧୨,୧୫

ads

Blog Archive