ads

Breaking News

ଆଜି କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିବାର ଅଛି ମୋହର

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଆଜି ସନ୍ଧ୍ୟା ୬ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ  ରହିଥିବା ନେଇ ସୂଚନା ମିଳିଛି। ଏହି କ୍ୟାବିନେଟ ବୈଠକରେ ଫୁଲବାଣୀ ଓ କୋରାପୁଟରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ଓ ବରଗଡ଼ ଜିଲ୍ଲାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଛି।

ସେହିପରି ବାକି ପ୍ରସ୍ତାବ ଗୃହ, ସାଧାରଣ ପ୍ରଶାସନ, ଜଳ ସମ୍ପଦ ବିଭାଗ ସହିତ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ରହିଛି। ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସମସ୍ତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ବୈଠକରେ ୧୦ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି।  ଧୀରେନ୍ଦ୍ର ସେନାପତି,୯/୧୦/୨୦୨୦------ ୧୨,୨୫


ads

Blog Archive