ads

Breaking News

ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଉଦ୍ଧାର


ଚେନ୍ନଇ ------- ନିଉଜ : ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭିଜେ ଚିତ୍ରାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା ସେ ତାଙ୍କ ସ୍ବାମୀଙ୍କ ସହ ହୋଟେଲରେ ରହୁଥିଲେ। ସେ ନିକଟରେ ଚେନ୍ନଇର ଜଣେ ବଡ ବ୍ୟବସାୟୀ ହେମନ୍ତ ରବିଙ୍କୁ ବିବାହ କରିଥିଲେ।ଚିତ୍ରାଙ୍କ ସ୍ବାମୀ ହେମନ୍ତ ପୁଲିସକୁ କହିଛନ୍ତି ଯେ, ସୁଟିଂ ସାରି ଚିତ୍ରା ହୋଟେଲରେ ପହଞ୍ଚିବା ପରେ ଗାଧୋଇବାକୁ ଯାଇଥିଲେ। ସେ ଅଧିକ ସମୟ ଗାଧୁଆ ଘରେ ରହିବାରୁ ହେମନ୍ତ ଏନେଇ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ। ନକଲି ଚାବିରେ କବାଟ ଖୋଲିବା ପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ ଚିତ୍ରାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଧୀରେନ୍ଦ୍ର ସେନାପତି , ୯/୧୨/୨୦---- ୧୨.୦୫

ads

Blog Archive