ads

Breaking News

ସିଙ୍ଗହମ୍ ଆଇଆଇସି ଙ୍କ ଜାଲ ରେ ତିନି ସୁନା ବେପାରୀ



ଗଞ୍ଜାମ---- ତାମିଲନାଡୁରୁ ବ୍ରହ୍ମପୁରକୁ ବେଆଇନ
ବିପୁଳ ପରିମାଣର ସୁନା ରୁପା ଅଳଙ୍କାର ଚାଲାଣ ବେଳେ ଧରିଲା ବ୍ରହ୍ମପୁର ଗୋସାଣିନୁଆ ଗାଁ ପୋଲିସ । ଜାତୀୟ ରାଜପଥ ରେ ପ୍ରତିଦିନ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ରେ କିଛି ଗାଡି ଯାଞ୍ଚ କରୁଥିବା ବେଳେ ତାମିଲନାଡୁ ସାଲେମ୍ ରୁ ଆସୁଥିବା ଏକ କାରକୁ ଯାଞ୍ଚ କରିଥିଲା । ଝ ସେଥିରୁ 6 କିଲୋ 700 ଗ୍ରାମ୍ ସୁନା ଓ 240 କିଲୋ ରୁପା ଜବତ କରିଥିଲା ପୋଲିସ । ଏଥିରେ ଗାଡିର ଡ୍ରାଇଭର ସମେତ ୩ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ଅଳଙ୍କାର ବ୍ୟବସାୟୀ ଟିକସ ଫାଙ୍କି ଏହା ଚାଲାଣ କରୁଥିବା ଜାଣିବାକୁ ପାଇଛନ୍ତି । ତେବେ ଏତେ ପରିମାଣ ର ସୁନା ଓ ରୁପା ଅଳଙ୍କାର କେଉଁଠୁ ଆଣାଯାଇଛି ଏବଂ କେଉଁଠି କି ନିଆଁ ଯାଉଥିଲା । ଏ ସବୁର କାଗଜ ପତ୍ର ଅଛି କି ନାହିଁ ଟିକନିକ୍ ତଦନ୍ତ କରୁଥିବା ବେଳେ ସେମାନେ ଏଭଳି ସୁନା ଓ ରୂପା ଅଳଙ୍କାର ଆଣି ବ୍ରହ୍ମପୁରର ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି ବୋଲି ଥାନାରେ ଅଟକ ଥିବା ୩ଜଣ ଡି . ସନ୍ତୋଷ , ଡି . ଶ୍ରୀନିବାସ ଓ ପେଦାନ୍ତା ରମଣା ପୋଲିସ କୁ କହିଥିଲେ । ଜବତ ଅଳଙ୍କାରର ଜିଏସଟି ବିଲ୍ ମଧ୍ୟ ଦେଖାଇଥିଲେ । ସେହି ବିଲରେ କିଛି ୧୮ କ୍ୟାରେଟ ଓ କିଛି ୨୨ କ୍ୟାରେଟ ସୁନା ରହିଥିବା ଲେଖା ହୋଇଛି । ହେଲେ ଯେତିକି ଅଳଙ୍କାର ଜବତ ହୋଇଛି ତାହାର ସମ୍ପୂର୍ଣ୍ଣ ବିଲ ଅଛିକି ନାହିଁ ତାହା ସନ୍ଦେହ ଘେରରେ ଥିବାରୁ ଜିଏସଟି ଅଧିକାରୀଙ୍କୁ ଡକାଯାଇ ତଦନ୍ତ କରି ଛଡ଼ାଯାଇଥିବା ସୂଚନା ଦେଲେ ବ୍ରହ୍ମପୁର ଏସ୍ ପି ପିନାକ୍ ମିଶ୍ର ।
ଗଞ୍ଜାମ ରୁ ଆଶିଷ କୁମାର ପାତ୍ର ,୮/୧୨/୨୦୨୦----୧,୦୦

ads

Blog Archive