ads

Breaking News

କେହି ଦୁବୁର୍ତ୍ତ ଲିଙ୍ଗରାଜଙ୍କୁ ହତ୍ୟା କରିଛି ; ପୋଲିସ ତଦନ୍ତ ଆରମ୍ଭ କରିଛି


ଗଞ୍ଜାମ---- ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁରରେ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବି. ଲିଙ୍ଗରାଜ ରେଡୀ। ଲିଙ୍ଗରାଜଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲିଙ୍ଗରାଜକୁ ହତ୍ୟା କରିବା ପରେ ଘରର ବିଭିନ୍ନ ସାମଗ୍ରୀ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। କେହି ଚୋର ଚୋରି କରିବା ଉଦ୍ୟମରେ ଫେଲ ହେବା ପରେ ଏଭଳି ହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଗଞ୍ଜାମ ରୁ ଆଶିଷ କୁମାର ପାତ୍ର,୮/୧୨/୨୦୨୦---- ୧୨,୫୦

ads

Blog Archive