ads

Breaking News

କାଞ୍ଜିବାସ୍ନାରେ ଗ୍ରାମ ଗୁଡିକ ମହକିଲା

  ସାକ୍ଷୀଗୋପାଳ------ ଆମ ସଂସ୍କୃତି ଆମ ପରମ୍ପରା ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିନଥାଏ । ସେଥିଯୋଗୁ କଥାରେ ଅଛି ବାରମାସେ ତେର ପର୍ବ । ମଙ୍ଗଳବାର ରାତିରେ କାଞ୍ଜିଁଅଳା ପର୍ବ ପାଳିତ ହୋଇଯାଇଛି । ଏଥିପାଇଁ ଘରେ ଘରେ ରଖା ଯାଇଥିବା ବାସି ତୋରାଣିରେ ମୂଳ, ଧନିଆପତ୍ର, ଭୃସୁଙ୍ଗାପତ୍ର ସହିତ କଞ୍ଚାଲଙ୍କାଧ ରସୁଣ ପଡି ଏକ ପ୍ରସ୍ତୁତ କରାଯାଇଥିବା କାଞ୍ଜି ଭୋଗ ଲଗାଯାଇଥାଏ । ଏହି ଅବସରରେ ପରମ୍ପରା ଅନୁସାରେ ପିତା ଶୁଖିଆକୁ ବୋହୁ ଭାବେ ଛିଟ କନା ପିନ୍ଦାଯିବାସହ , ସିନ୍ଦୁର, ହଳଦୀ ଲଗାଯାଇ ସେମାନଙ୍କୁ ଘରର ମୁରବୀ ମହିଳା ମାନେ ବୋହୁ ହୁଳହୁଳି ପକାଇ ଭାବେ ପୂଜା କରିଥାନ୍ତି । ଘରେ ପ୍ରସ୍ତୁତ କରାଯାଇଥିବା ଭାତ , ଡାଲି , ଆମିଷ ତରକାରୀ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ରନ୍ଦା ଯାଇ ମା ଷଷ୍ଠୀ ଦେବୀଙ୍କ ପାଖରେ ଅର୍ପଣ କରାଯାଇଥାଏ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୮/୧୨/୨୦୨୦----୯,୩୦

ads

Blog Archive