ଡେଲାଙ୍ଗରେ ଦୁଇ ଦିନିଆ ଯୋଗ ତାଲିମ ଶିବିର ଉଦଯାପିତ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଯୋଗ ଶିବିର ରବିବାର ଉଦଯାପନ ହୋଇଯାଇଛି । ଏହି ଯୋଗ ଶିବିରକୁ ହିରୋ ମୋଟରର୍ସ ପକ୍ଷରୁ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଯୋଗ ଶିବିର ପତାକାକୁ ଅବତରଣ କରି ଆନୁଷ୍ଠାନିକ ଭାବେ ଉଦଯାପନ ଘୋଷଣା କରିଥିଲେ । ସମ୍ମାନୀତ ଅତିଥି ଭାବେ ହିରୋ ମୋଟରର୍ସ ଏମ. ଡି ବିପ୍ଳବ ନରେନ୍ଦ୍ର ଉପସ୍ଥିତ ରହିଥିଲେ । କୋଭିଡ-୧୯ ଆଇନକୁ ନଜର କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଯୋଗଗୁରୁ ପ୍ରଭାତ କୁମାର ସାହୁ, ପ୍ରଦୀପ କୁମାର ଦଳାଇ ପୁରୀ, ସସ୍ମୀତା ରାଉତରାୟ ପତଞ୍ଜଳି, ଫିଜିଓଥେରାପି ଅଭିନାଶ ହରିଚନ୍ଦନ ଓ ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ବଟକୃଷ୍ଣ ଜେନା ଶିବିରରେ ଯୋଗଦେଇ ମହାମାରୀ କରୋନା ଠାରୁ ରକ୍ଷା ପାଇବା ପାଇଁ ହେଲେ ପ୍ରତିଦିନ ଏକ ଘଣ୍ଟା ଯୋଗ କରିବା ଆବଶ୍ୟକତା ରହିଛି ବୋଲି ଯୋଗ ଗୁରୁ ମାନେ ମତ ପ୍ରକାଶ କରିଥିଲେ । ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ କରୋନା ଠାରୁ ରକ୍ଷା ପାଇବାକୁ ହେଲେ ଯୋଗ ହେଉଛି ଅମର ମେଡିସିନ ବୋଲି କ୍ରୀଡା ଶିକ୍ଷକ ଶ୍ରୀ ଜେନା କହିଥିଲେ । ଏହି ଅବସରରେ ଡେଲାଙ୍ଗର ବରିଷ୍ଠ ନାଗରିକ ପ୍ରକାଶ ଚନ୍ଦ୍ର ସିଂ, ଭାଗ୍ୟଲତା ସାହୁ, ମଣି ସାହୁ, ଇନ୍ଦୁଲତା ସାହୁ, ସରୋଜିନି ଦାଶ, ମଙ୍ଗଳି ଚରଣ ମଲିକଙ୍କ ସହିତ ସାମ୍ବାଦିକ ସନ୍ତୋଷ ପଟ୍ଟନାକୟ, ରଶ୍ମି ରଞ୍ଜନ ପ୍ରଧାନ, ଚିତ୍ତି ଜେନା , ଦୀପକ ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ସେହିପରି ଡେଲାଙ୍ଗ ବ୍ଳକର ଜାତୀୟ କ୍ରୀଡାରେ ସଫଳତା ଅର୍ଜନ କରିଥିବା ପୁରାତନ ଓ ଚଳିତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଅନୁଷ୍ଠାନ ପକ୍ଷରୁ ଏକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଏହା ସହିତ ପରିବେଶବିତ୍ତି ତଥା ଆଇନଜୀବୀ ହୃଷିକେସ ପାଢ଼ୀଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଡେଲାଙ୍ଗ ବ୍ଳକର ରମେଶ ଚନ୍ଦ୍ର ବଳବନ୍ତରାୟ, ଗୋପାଳ ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ମଲିକ ଓ ପ୍ରଭାତ ସେଠୀ ୪ଜଣ ଶିକ୍ଷକଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ ଅତିଥି ପରିଚୟ ଓ ଦୁଇ ଦିନ ଧରି ଯୋଗ ଶିବିରକୁ ସଂଯୋଜନା କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୧୨/୨୦୨୦----୭, ୪୫



