ads

Breaking News

ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ


 ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ନଭେମ୍ବର ୩୦ ତାରିଖ ସକାଳ ୮.୩୦ରେ ଜଣେ ମହିଳାଙ୍କୁ ଦାଣ୍ଡରେ କିଛି ଯୁବକ ମିଳିତ ହୋଇ ମାରଣାତ୍ମକ ଆକ୍ରମଣ କରିଥିଲେ । ଏହି ଭିଡିଓ ଭାଇରାଲ ହେବାପରେ ଡେଲାଙ୍ଗ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ସୁଚନାଯୋଗ୍ୟ ଯେ ହରିରାଜପୁର ଗ୍ରାମର କବିତା ପ୍ରଧାନ ଓ ତାଙ୍କ ସ୍ୱାମୀ କାଳନ୍ଦୀ ପ୍ରଧାନଙ୍କୁ ସେହି ଗ୍ରାମର ରବୀନ୍ଦ୍ର ପାତ୍ର ପୂର୍ବ ଶ୍ରତୁତାକୁ ନେଇ ଆକ୍ରମଣ କରିଥିଲେ । କବିତା ଡେଲାଙ୍ଗ ଥାନାରେ ଅଭିଯୋଗ କରିବା ପରେ ଡେଲାଙ୍ଗ ପୋଲିସ ୨୧୭/୨୦ ରେ ଏକ କେସରୁଜ କରି ରଶ୍ମିକାନ୍ତ ପାତ୍ର ଓ ରବୀନ୍ଦ୍ର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗୁରୁବାର ଦିନ ପ୍ରସାନ୍ତ ଓରଫ ଭାଲୁ କୁମାର ପାତ୍ର ଓରତିକାନ୍ତ ଓରଫ ରତୁ ପାତ୍ରଙ୍କୁ ଡେଲାଙ୍ଗ ପୋଲିସ ଶୁକ୍ରବାର ଗିରଫ କରିଛି । ଶନିବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୧/୧୨/୨୦୨୦---୯,୫୫

ads

Blog Archive