ଚାଇଁପୁର ପଞ୍ଚାୟତରେ କରୋନା ପରିକ୍ଷା ଶିବିର
ଡେଲାଙ୍ଗ ----
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚାଇଁପୁର ଗ୍ରାମ ପଞ୍ଚାୟତର ସଡାଙ୍ଗୋଇ ହାଇସ୍କୁଲ ପରିସରରେ କୋଭିଡ-୧୯ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୧୨୬ ଜଣ ବୃଦ୍ଧ,ବୃଦ୍ଧା, ଗର୍ଭବତୀ ମହିଳା ଓ ଛାତ୍ରଛାତ୍ରୀ ଯୁବକ ଯୁବତୀ ମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଚାଇଁପୁର ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଲକ୍ଷ୍ମି ଭୋଇ ,ଅଙ୍ଗନୱାଡି କର୍ମି ସୈାଭାଗିନି ଗିରି ,ସଚ୍ଚଳା ଦାସ ,ପ୍ରମିଳା ପରିଡା,ସରସ୍ୱତୀ ଆଚାର୍ଯ୍ୟ,ସସ୍ମିତା ବରାଳ ଓ ଆଶାକର୍ମି କାମିନି ନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ । ଟୁକୁନା ପରିଡା,ସଞ୍ଜୁଲତା ପୁରୀ ,ସୁକାନ୍ତି ଦାସ , ଶିକ୍ଷକ ଓ ଶିକ୍ଷୟତ୍ରୀ ,ସ୍ୱଛାସେବୀ ବିଶ୍ୱରଞ୍ଜନ ପରିଡା,ବିକାଶ ବେହେରା ,ରମେଶ ପରିଡା ରଘୁନାଥ ନାୟକ ଓ ୱାର୍ଡସଭ୍ୟ ରଘୁନାଥ ରାଉତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୧୧/୧୨/୨୦୨୦----୯୪୦



