ସତୀ ମଠରେ , ଏବେବି ଜଳୁଛି ସତୀଙ୍କ ଚିତା
ଧରାକୋଟ------- ସତୀ ଦାହ ପ୍ରଥାକୁ ନେଇ ଭାରତରେ ଅନେକ ତର୍କ ବିତର୍କ ହୋଇଛି ଅତୀତରେ।ଏହାକୁ ଇତିହାସର ଏକ କଳଙ୍କିତ ଅଧ୍ୟାୟ ଭାବେ ବିବେଚନା କରାଯାଏ।ତେବେବି ଏହି ସ୍ମୁତିକୁ ବଜାୟ ରଖିବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି।ଗଞ୍ଜାମ ଜିଲ୍ଲା ଆସିକା ଠାରୁ ବାର କିଲୋମିଟର ଦୂରରେ ପଡେ ଧରାକୋଟ ଗଡ଼।ଏହି ଗଡର ଆରପଟେ ରହିଛି ଋଷୁକୁଲ୍ୟା ନଦୀ।ନଦୀକୁ ଲାଗି ରହିଛି ଶ୍ମସାନ।ଆଉ ତାହାରି ପାଖରେ ଏହି ସତୀ ମଠ ରହିଛି । ଏହି ସତୀ ମଠ ଧରାକୋଟ ରାଜ ବଂଶର ଶ୍ମସାନ ସ୍ଥଳ ଏବଂ ମଠ ମହନ୍ତଙ୍କ ସମାଧିସ୍ଥଳ।ତେବେ ସତୀ ମଠ ଧରାକୋଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।ଏହି ମଠର ବିଶେଶ୍ୱତ ହେଲା ଏବେବି ଏଠି ଜଳୁଛି ସତୀଙ୍କ ଚିତା।ଏହି ନିଆଁକୁ ନିର୍ବାପିତ ହେବାକୁ ଦିଆଯାଇନାହିଁ।ହେଲେ ଏହି ମଠକୁ ସତୀ ମଠ ଦେବା ବିଷୟରେ ମଧ୍ୟ ରହିଛି ଏକ କିମ୍ବଦନ୍ତୀ । ଧରାକୋଟ ରାଜ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଧରାକୋଟ ନାମ କରଣ ପୂର୍ବରୁ ଏହା ଥିଲା ଖିଡିସିଙ୍ଗି ରାଜ୍ୟ।1168ରେ ରାଜା ହାଡୁ ସିଂହଙ୍କ ଦ୍ୱାର ଆରମ୍ଭ ହୋଇଥିବା ଏହି ରାଜ ଵଂଶର ଷଷ୍ଠ ରାଜା ଜୟ ସିଂହ 1758 ଖ୍ରୀଷ୍ଟାବ୍ଦ ରେ ମୃତ୍ୟୁ ବରଣ କରିଥିଲେ।ତାଙ୍କ ଶବକୁ ଦାହ କରିବା ପାଇଁ ଅଣା ଯାଇଥିଲା ଶ୍ମଶାନକୁ।ଜୟ ସିଂହଙ୍କ ଚିତା ଯୋଗାଡ଼ କରି ରାଣୀ ପଦ୍ମମାଳା ଦେବୀ ସେହି ଚିତାରେ ନିଜେ ଝାସ ଦେଇଥିଲେ।ସେହି ସମୟରେ ଜଣେ କୌପୁନି ଧାରି ଅବଦୂତ ବୈଷ୍ଣବ ବାବା ନିରାକାର ଦାସ ଏହି କାର୍ଯ୍ୟକୁ ଗମ୍ଭୀରତାର ସହ ନେଇ ଚିତାର ଅଗ୍ନିଲାଗିଥିବା କାଠ ଗଣ୍ଡିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୂଜା କରିବାର ବ୍ୟବସ୍ଥା କଲେ।ସେହି ସ୍ଥାନରେ ଏକ କୁଟୀର ନିର୍ମାଣ କଲେ।ପରବର୍ତ୍ତି ସମୟରେ ସପ୍ତମ ରାଜା ରାଜେନ୍ଦ୍ର ସିଂହ ଏହି ଘଟଣାର ବିଶେଶ୍ୱତ ଜାଣିବା ପରେ ସେଠାରେ ଏକ ମଠ ସ୍ଥାପନ କରିଥିଲେ । ତାହାର ନାମ ସତୀ ମଠ । ଏବଂ ସେହି ସତୀ ଚିତାକୁ ଅନିର୍ବାପିତ ରଖିବା ପାଇଁ ବ୍ୟବସ୍ଥା କରିଥିଲେ।ଏହା ପରେ 1788 ଖ୍ରୀଷ୍ଟାବ୍ଦରେ ରାଜା କୃଷ୍ଣ ସିଂହଙ୍କ ମୃତ୍ୟୁ ପରେ ତାଙ୍କର ଚିତାରେ ରାଣୀ ଚନ୍ଦ୍ରମା ଦେବୀ ମଧ ଝାସ ଦେଇଥିଲେ।
ସତୀ ମଠର ଏକ ଗୃହ ମଧ୍ୟରେ ସହ ସହ ବର୍ଷ ଧରି ନିଆଁ ଜଳୁଥିବା କଥା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତ।କାଠ ଗଣ୍ଡି ପରେ କାଠ ଗଣ୍ଡି ଅନେକ କାଠ ଗଣ୍ଡି ଜଳିଛି।ଏଠାରେ ପ୍ରତିଦିନ ସକାଳ ସଞ୍ଜରେ ପୂଜା କରାଯାଇ ଘୃତ ଆହୁତି ଦିଆ ଯାଏ।ଏବେ ଏହି କାର୍ଯ୍ୟ କରୁଛନ୍ତି ଏବର ମଠା ଧୀଶ କୃପାସିନ୍ଦୁ ଦାସ ।ଏହାଙ୍କ ପୂର୍ବରୁ 15 ଜଣ ବାବାଙ୍କ ସମାଧି ମଠ ପରିସରରେ ରହିଛି।ସତୀ ମଠ ପରିଚାଳନା ଓ ରକ୍ଷଣା ବେକ୍ଷଣର ବ୍ୟବସ୍ଥା ଧରାକୋଟ ରାଜ ପରିବାର ପକ୍ଷରୁ କରାଯାଉଛି।ହେଲେ ଏଠାକୁ ଯିବାକୁ ଭଲ ରାସ୍ତା ନାହିଁ ।ଏବେ ଚିତା ଜଳୁଥିବା ଗୃହଟି ମଧ୍ୟ ବର୍ଷା ହେଲେ ପାଣି ପଡୁଛି।ତେଣୁ ବହୁ ପୁରାତନ ଏହି ମଠଟି ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଏହି ସତୀ ଦାହ ପ୍ରଥାପରି କୁ ପ୍ରଥା ବହୁ ବର୍ଷ ପୂର୍ବରୁ ଲୋପ ପାଇ ଯାଇଥିଲେ ମଧ୍ୟ ଯେଉଁ ସତୀ ବ୍ରତା ନାରୀ ମାନେ ନିଜ ସ୍ୱାଇଛାରେ ନିଜ ସ୍ୱାମୀଙ୍କ ଚିତାରେ ଝାସ ଦେଇଛନ୍ତି ସେମାନଙ୍କୁ ସ୍ମରଣ କରୁଥିବା ଏହି କ୍ରିତି ସ୍ଥଳୀଟି ନଷ୍ଟ ହେବାରୁ ରକ୍ଷା ପାଇଁ ଯାଆନ୍ତା।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର ,୧୨/୧୨/୨୦୨୦--_-------- ୫,୪୦



