ads

Breaking News

କନ୍ଧମାଳ ଜିଲ୍ଲା ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ଠାରେ ଆଜି ୫୮ତମ ଗୃହରକ୍ଷୀ ଦିବସ ପାଳିତ


 କନ୍ଧମାଳ---- କନ୍ଧମାଳ ଜିଲ୍ଲା ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ଠାରେ ୫୮ତମ ଗୃହରକ୍ଷୀ ଦିବସ ବହୁ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଦିବସର ମୁଖ୍ୟ ଅତିଥି ଭାବେ ଡି ଏସ ପି କନ୍ଧମାଳ ବିପିନି ବିହାରୀ ବେହେରା ଯୋଗ ଦେଇ ଗୃହରକ୍ଷୀ ମାନଙ୍କୁ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ରିଜର୍ଭ ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗଦେଇ ଗୃହରକ୍ଷୀ ମାନେ ନିଜ ଜୀବନ ବାଜି ଲଗାଇ କୋଭିଡ ସମୟରେ ଓ ଖରା ବର୍ଷା ଶୀତ ଖାତିର ନକରି ଡିୟୁଟି କରୁଛନ୍ତି । ତତ ସହ ସହର ବିଭିନ୍ନ ଜନ ଗହଳି ସ୍ଥାନରେ ପୋଲିସ କୁ ସହାୟତା କରି ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ଯୋଗୁଁ ଭୁୟଂସି ପ୍ରଶଂସା କରିଥିଲେ ।ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ, ୭/୧୨/୨୦୨୦,---- ୬,୧୦

ads

Blog Archive

Popular Posts