ବିଜେପିର ଧରାକୋଟ ମଣ୍ଡଳ ଓ ଜାହାଡା ମଣ୍ଡଳର ପ୍ରଶିକ୍ଷଣ ଶିବିର
ଧରାକୋଟ- ଧରାକୋଟ ବ୍ଲକ ଅନ୍ତର୍ଗତ ବେଠୁଆର ଗ୍ରାମ ନିକଟସ୍ଥ ମା ଘୋଡାଦେଇ ମନ୍ଦିର ପ୍ରାଙ୍ଗଣରେ ବିଜେପିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଓ. ବି . ସି କୃଷକ ମୋର୍ଚା ସଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରିଥିଲେ। ସାଙ୍ଗଠନିକ ଅଭିବୃଦ୍ଧି ଏବଂ ଆଞ୍ଚଳିକ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ବୁଥ ସ୍ତରରେ ସଂଗଠନକୁ ମଜବୁତ କରିବା ଏବ॰ ଆଗାମୀ ପଞ୍ଚାୟତର ନିର୍ବାଚନକୁ ଆଖି ଆଗରେ ରଖି ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନଧନ ଯୋଜନା , ସ୍ଵଜଳଧାରା , କୃଶକକଲ୍ୟାଣ ଯୋଜନା , ଉଜ୍ଜଲା ଗ୍ୟାସ , ବେକାର ଯୁବକ ଓ ଯୁବତୀଙ୍କ ଥାଇଥାନ ଆଦି ଉପରେ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ ।ଏଥିରେ ଧରାକୋଟ ମଣ୍ଡଳ ସଭାପତି ୟୁ. ପାପା ରାଓ , ଜାହାଡା ମଣ୍ଡଳ ସଭାପତି ଜିତେନ୍ଦ୍ର ବିଷୋୟୀ , ବରିଷ୍ଠ ବିଜେପି କର୍ମୀ ମୁନା ପ୍ରଧାନ , ଚିନା ରେଡି , ମିଥୁନ ପ୍ରଧାନ , ଅରୁଣ ପାଣିଗ୍ରାହି , କୈଳାସ ସାବତ , ରଘୁନାଥ ମହାରଣାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
ଧରାକୋଟ ରୁ ୭/୧୨/୨୦୨୦,_--୬,୦୦




