ads

Breaking News

ଗୋପାଳପୁର ବିଧାୟକଙ୍କ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ପରିବେଶ ଜଙ୍ଗଲ ମନ୍ତ୍ରୀ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲା ଜିଲ୍ଲା ବିଜେପି




ଗଞ୍ଜାମ----  ଦୁର୍ନୀତି ଅଭିଯୋଗରେ ପାଠକ ପରିବାର ସହ  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଗିରଫ କରି ଜେଲ୍  ହଜାତକୁ ପଠେଇବା ଦିନ ଠାରୁ ରାଜ୍ୟ ରାଜନୀତି  ବେଶ୍ ସରଗରମ ହେବାରେ ଲାଗିଛି । ଆଉ ଏହାକୁ ସ୍ୱାଗତ କରିଛନ୍ତି ଦଳୀୟ ନେତାମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଜ୍ୟ କଂଗ୍ରେସ ଓ ବିଜେପି । ତେବେ ଆଜି ଗଞ୍ଜାମ ବିଜେପି ପକ୍ଷରୁ ବିଧାୟକ ପ୍ରଦୀପଙ୍କ ଦୁର୍ନୀତିର ମୁଖ୍ୟ ପୁରୋଧା ରାଜ୍ୟ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗ କରିବା ଆଇ.ଏଫ୍. ଏସ୍ ଅଭୟ ପାଠକ ପରିବାରର ଭାଗିଦାର ଜଙ୍ଗଲମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ତଦନ୍ତ ପରିସରକୁ ଆଣିବା କହି ଆଜି ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ଦାବୀ ସହ ଅଭିଯୋଗ ଆଣିଛି । ଗୋଟିଏ ପଟେ ଗୋପାଳପୁର ବିଧାୟକ ଗିରଫ ଘଟଣାକୁ ଦଳ ସ୍ଵାଗତ କରିଛି କିନ୍ତୁ ଜିଲ୍ଲାରେ ଅନେକ ପ୍ରଦୀପଙ୍କ ଭଳି ମହାଦୁର୍ନତିରେ ଛନ୍ଦି ହୋଇ ରହିଥିବା ଦଳ ପକ୍ଷରୁ କୁହାଯାଇଛି । ଏହା ସହ ଗଞ୍ଜାମ ଜିଲ୍ଲାର କିଛି ଦଳୀୟ ବିଧାୟକଙ୍କ ସମ୍ପୃକ୍ତି ଥିବା କହିଛି ଦଳ । 
ଦୀର୍ଘବର୍ଷ  ଧରି ରାଜ୍ୟ ମୁଖିଆଙ୍କ ମଙ୍ଗୁଆଳ ସାଜି ନିର୍ବାଚନ ମଣ୍ଡଳୀକୁ ହାତ ମୁଠାକୁ ଆଣିଥିଲେ ବିଧାୟକ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଦୁର୍ନୀତି ସବୁ ଭାଗ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହିଁ ପ୍ରଦୀପ ଏହି ସବୁ ଦୁର୍ନୀତି କରୁଥିବା ସହ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇ କୋଟି କୋଟି ଟଙ୍କା ଲୁଟିଥିଲେ ପ୍ରଦୀପ । ଏହା ଜମି, ମଦ, ବାଲି, ମୋରମ ଓ ଟାଟା କମ୍ପାନୀରେ ଚାକିରୀ ଦେବା ନାଁ ବ୍ୟାପକ ଠକେଇ ଭଳି ବହୁ କଳାକାରନାମା ଏହା ସମସ୍ତ ଘଟଣା ଗୋଟିଏ ଦିନରେ ସମ୍ଭବ ନୁହଁ । ସେହିଭଳି ଗ୍ରୀନ ଇଣ୍ଡିଆ, ଗୋଲଡେନ ଲେଣ୍ଡ, ମାଇକ୍ରୋ ଫାଇନାନ୍ସ ଭଳି ଅର୍ଥତତ୍ୱ କମ୍ପାନୀର ମୁଖ୍ୟ ପ୍ରଦୀପ ସେଠିଙ୍କ ମୁଖ୍ୟ ପୃଷ୍ଠପୋଷକ ସାଜିଥିଲେ ପ୍ରଦୀପ ପାଣିଗ୍ରାହୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛି ଦଳ । ଅନ୍ୟପଟେ ବିଜେପି ରାଜ୍ୟ ସଭାନେତ୍ରୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ କହିଛନ୍ତି କି ରାଜ୍ୟ ସରକାରଙ୍କ ଏହା ଛଦ୍ମବେଶ  । ଯେତେବେଳେ ୨୦୧୮ ରେ ଛତ୍ରପୁର ଠାରେ ପ୍ରଦୀପ ପାଣିଗ୍ରାହୀଙ୍କ ନେତୁତ୍ୱରେ ଆୟୋଜିତ 'ଜଗାମିଶନ'  ସଭାରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ମୁଖ୍ୟ ରତନ ଟାଟା ଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ କଥା ଶୁଣିବାକୁ କହିଥିଲେ । ଆଉ ଏହା ପରେ ସେ ଟାଟା ରେ ଚାକିରୀ କରେଇଦେବା କହି ନିରୀହ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରିଚାଥିଲିଲେ । ଜଙ୍ଗଲ ଜମି ଦୁର୍ନିତିରେ  ତୁରନ୍ତ ତଦନ୍ତ ପରିସରକୁ  ବିଧାୟକ ମାନଙ୍କୁ ଅଣାଯାଉ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ବିଭୁତି ଭୁଷଣ ଜେନା । ପ୍ରଦୀପ ପାଣିଗ୍ରାହୀ, ଆକାଶ, ଅଭୟ ବାପାପୁଅ, ବିକ୍ରମ କେଶରୀ ଆରୁଖଙ୍କ ମୁଖ୍ୟ ରକ୍ଷା କବଚ ସାଜିଥିବା ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଓଡ଼ିଶାବାସୀ ରାଜ୍ୟ ବିଜେଡି ର ଅସଲ ଚେହେରା ଜାଣିପାରିବେ ବୋଲି ଦଳ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛି ।ଆୟୋଜିତ ସମ୍ମିଳନୀରେ  ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୋରଜ୍ ସାବତ, ଜିଲ୍ଲା ଉପ ସଭାପତି ପ୍ରଭାତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଗଞ୍ଜାମ ରୁ ଆଶିଷ କୁମାର ପାତ୍ର ,୭/୧୨/୨୦୨୦-------୬,୧୫

ads

Blog Archive

Popular Posts