ସାକ୍ଷୀଗୋପାଳ ମନ୍ଦିରରେ ପ୍ରଥମାଷ୍ଟମୀ ପର୍ବ ପାଳିତ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ପ୍ରଥମାଷ୍ଟମୀ ପର୍ବ ଶନିବାର ପାଳିତ ହୋଇଯାଇଛି । ପ୍ରତିଦିନ ଭଳି ଠାକୁରଙ୍କର ଦୈନଦିନ ଦେବନୀତି ସହିତ ଦ୍ୱିପହରରେ ବେଶରେ ଠାକୁରଙ୍କୁ ନୂତନବସ୍ତ୍ର ଲାଗି କରାଯାଇଥିଲା । ପରେ ପରେ ଜାତଭୋଗ , ଆଳତୀ, ଉପଚାର ଅନୁଷ୍ଠିତ ହୋଇଥିଲା । ଦୁବ, ଚାଉଳ, ଫୁଲ ଚନ୍ଦନ ଲାଗିକରି ପୂଜାପଣ୍ଡା ସେବାୟତ ଠାକୁରଙ୍କୁ ବନ୍ଦାପନା କରିଥିଲେ । ସେହିପରି ଆଖପାଖ ଗ୍ରାମ ଗୁଡିକରେ ଥିବା ମଠ ଓ ମନ୍ଦିର ମାନଙ୍କରେ ଦେବାଦେବୀଙ୍କର ପ୍ରଥମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମ ଗୁଡିକରେ ପିଠା ପଣା ବାସ୍ନାରେ ମହକି ଉଠିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ,୯/୧୨/୨୦୨୦-----୬,୧୩



