ଡେଲାଙ୍ଗରେ ଭାରତ ବନ୍ଦ ଆଶିଂକ ସଫଳ
ଡେଲାଙ୍ଗ ------ଏସ, ୟୁ, ସି, ଆଇ ଓଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ମିଳିତଭାବେ ଡେଲାଙ୍ଗ ଠାରେ ଭାରତ ବନ୍ଦ କରାଯାଇଛି । କିଷାନମୋର୍ଚ୍ଚା ଅନ୍ତର୍ଗତ ଏ. ଆଇ. କେ. ଏସ. ସି.ସି ଡାକରାରେ ଏହି ଭାରତ ବନ୍ଦ ଦିଲ୍ଲିରେ ଚାଲିଥିବା କିଷାନ ଆନ୍ଦୋଳନ ସମର୍ଥନରେ କରାଯାଇଛି । ଏହି ଅବସରରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ତଥା ଏ. ଆଇ. କେ. କେ. ଏମ. ଏସ ଓ ଏସ.ୟୁ. ସି.ଆଇର କର୍ମୀ ମାନେ ବ୍ୟାନର ଓ ହାତରେ ବିଭିନ୍ନ ଲେଖା ଥିବା ପ୍ଳାକର୍ଡ ଧରି ଡେଲାଙ୍ଗ ଷ୍ଟେସନ ବଜାର ବନ୍ଦ କରାଇଥିଲେ । କର୍ମମାନେ ବଜାର ବନ୍ଦ କରିବା ପରେ ଡେଲାଙ୍ଗ ତହସିଲ ଅଫିସ ଆଗରେ ପିକେଟିଂ କରିଥିଲେ । ଏହି ବନ୍ଦ ଆନ୍ଦୋଳନରେ ଏସ. ୟୁ.ସି. ଆଇ ଡେଲାଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକକମ୍ରେଡ ଦିନବଂଧୁ ପରିଡା, ଏ. ଆଇ କେ. କେ. ଏମ. ଏସ ଡେଲାଙ୍ଗ ବ୍ଳକ କମିଟିର ସମ୍ପାଦକକମ୍ରେଡ ବଟକୃଷ୍ଟ ସ୍ୱାଇଁଙ୍କ ନେତ୍ୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମ୍ରେଡ ପଦ୍ମଚରଣ ଜେନା, ଗୋଲକ ବରାଳ, ତ୍ରିନାଥ ପ୍ରଧାନ, ଟୁକୁନା ବେହେରା ପ୍ରମୁଖ କର୍ମୀମାନେ ସକ୍ରିୟ ଭୁମିକା ପାଳନ କରିଛନ୍ତି । ଯେ ପର୍ଯ୍ୟନ୍ତ ତିନୋଟି କଳା ଆଇନ ରଦ୍ଦ କରାଯାଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ଜନସାଧାରଣ ଏହାକୁ ସମର୍ଥନ କରିବା ପାଇଁ ସଂଗଠନ ପକ୍ଷରୁ କ୍ରମେଡ ରଘୁନାଥ ଦାସ ନିବେଦନ କରିଛନ୍ତି । ସେହିପରି ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଓ ହାଟ ଡେଲାଙ୍ଗ ବଜାର ବନ୍ଦ କରାଯାଇଥିଲା ଅଶୋକ ପ୍ରଧାନଅଖିଳ ଭାରତ କୃଷକ ମହାସଭା ( ଏ. ଆଇ.କେ. ଏମ) ରାଜ୍ୟ ସଭାପତି ଓ ଓଡିଶା ଆଣ୍ଡ ସିପିଆଇଏମଏଲ ରାଜ୍ୟ ସଦସ୍ୟଙ୍କ ନେତୃତ୍ୱରେ ଏହି ବନ୍ଦ ଆନ୍ଦୋଳନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କିଷାନ ପଟ୍ଟନାୟକ, ରମା ମହାରଣା, ସତ୍ୟମନୁ ପ୍ରଧାନ, ଲିଟୁ ଲାଲ ସୁବୁ୍ଦ୍ଦି ଓ ତ୍ରିଲୋଚନ ବେହେରା ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ,୯/୧୨/୨୦୨୦-----୬,୧୩



