ads

Breaking News

ନୟାଗଡ଼ ସଦର ଥାନା ଆଇଆଇସି ନିଲମ୍ବିତ ଓ ଏସଡ଼ିପିଓ ବଦଳି


ନୟାଗଡ଼------ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ତଦନ୍ତ ଜୋର ସୋରରେ ଚାଲିଥିବାବେଳେ ଆଜି ନୟାଗଡ଼ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରାଯାଇଛି। ନୟାଗଡ଼ ଏସଡ଼ିପିଓ ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି। ଏନେଇ ପୁଲିସ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଦୁଇ ଅଧିକାରୀ।  କେଉଁ କାରଣରୁ ଉଭୟ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ସଠିକ ଜଣାପଡିନାହିଁ। 

ନୟାଗଡ଼ ରୁ ସରୋଜ କୁମାର ମହାପାତ୍ର ,୧୧/୧୨/୨୦୨୦----,୧୧,୧୨

ads

Blog Archive