ସତ୍ୟବାଦୀରେ ଭାରତ ବନ୍ଦ ଆଶିଂକ ସଫଳ
ସାକ୍ଷୀଗୋପାଳ ---- ସତ୍ୟବାଦୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି ୪୦ଟି କୃଷକ ସଂଗଠନ । ଏହି ଆନ୍ଦୋଳନ ଦିନ ୩ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିଲା । ଏହାକୁ ମଧ୍ୟ ବିଭିନ୍ନ ବିରୋଧୀ ଦଳ ମାନେ ସମର୍ଥନ କରିଛନ୍ତି । ସାକ୍ଷୀଗୋପାଳ ବଜାର ସକାଳୁ ସକାଳୁ ଦେକାନ ବଜାର ଗୁଡିକ ବନ୍ଦ ରହିଥିଲା । ପରେ ପରେ ଦେକାନ ବଜାର ଖୋଲିଥିଲା । ଏ. ଆଇ. କେ. କେ. ଏମ. ଏସର ସତ୍ୟବାଦୀ ବ୍ଳକ କମିଟି ସମ୍ପାଦକ କମ୍ରେଡ ଶ୍ୟାମ ସୁନ୍ଦର ମହାପାତ୍ର ଏବଂ ଏସ. ୟ.ସିଆଇ ସତ୍ୟବାଦୀ ବ୍ଳକ କମିଟିର ସମ୍ପାଦକ କମ୍ରେଡ ସୁବାସ ବେହେରାଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା । ଟ୍ରେନ ଓ କାର, ମଟର ସାଇକେଲ, ଅଟୋ ଚଳାଚଳ କରୁଥିଲା । ମାତ୍ର ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ ପାଙ୍କା ରହିଥିଲା । ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ସତ୍ୟବାଦୀ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କମ୍ରେଡ ହାଡିବନ୍ଦୁ ବେହେରା, ଗ୍ରାମ୍ୟ କମିଟି ସମ୍ପାଦକ ହରିହର ନାୟକ, ସଭ୍ୟ ନରହରି ପ୍ରଧାନ, ପାଣୁ ଚରଣ ବେହେରା ପ୍ରମୁଖ ବାଲିସାହି ମେଳଣ ପଡିଆ ରାସ୍ତା ଉପରେ ହାତରେ ପ୍ଳକାଡ ଧରି କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ,୯/୧୨/୨୦୨୦-----୬,୧୫



