ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ୍ ; ଏମ୍କେସିସି କୁମାରଖତିଆ ଫାଇନାଲରେ ପ୍ରବେଶ
ଡେଲାଙ୍ଗ----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ସୋମବାର ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏମ୍କେସିସି କୁମାରଖତିଆ କ୍ରିକେଟ କ୍ଳବ ରୁଲ ମେକର ଦଳ କ୍ରିକେଟ ଦଳକୁ ୪୯ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ପ୍ରବେଶଏମ୍କେସିସି କୁମାରଖତିଆ ଦଳ ଓ ରୁଲ ମେକର ଭୁବନେଶ୍ୱର ଦଳ ସହିତ ଅନୁଷ୍ଠିତ ହୋଇଥିଲା । ଟସ ଜିତି ଏମ୍କେସିସି ଦଳ ପ୍ରଥମ ବ୍ୟାଟିଂ ନିଷ୍ପତି ନେଇଥିଲେ । ୨୦ ଓଭର ରେ ୬ ଉଇକେଟ ହରାଇ ୧୮୬ ରନ କରିଥିଲେ । ତାର ଜବାବରେ ରୁଲ ମେକର ଦଳ ୧୮.୩ବଲରେ ସମସ୍ତ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲେ । ମ୍ୟାଚଟିକୁ ଏମ୍ କେସିସି ଦଳ ୪୯ ରନ ବ୍ୟବଧାନରେ ବଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ଭାବେ ବିମଲ ସାମନ୍ତରାୟ ବିବେଚିତ ହୋଇଛନ୍ତି । ଶୁଭମ ପାଟ୍ଟଶାଣୀ ଓ ଦିପକ ମହାରଣ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୮/୧୨/୨୦୨୦



