ads

Breaking News

ବିଲ ମୁଣ୍ଡରେ ଧାନ ବେପାରୀ; ସରକାରୀ ଧାନ ମଣ୍ଡି ଖୋଲୁନାହିଁ

 ସାକ୍ଷୀଗୋପାଳ------ ଧାନ କିଣିବା ପାଇଁ ଏବେ ଗ୍ରାମ ମାନଙ୍କରେ ଧାନ ବେପାରୀ ମାନେ ବିଲ ମୁଣ୍ଡରେ ଯାଇ ପହଞ୍ଚି ଗଲେଣି ।  ଏବେ ଧାନ ଅମଳ ଋୁତୁ ଆରମ୍ଭ ହୋଇଯାଇଛି । ଚାଷୀ ବିଲରେ ଧାନ ଅମଳ କରିବା ପରେ ପରେ ବେପାରୀ ମାନେ ସେଠାରୁ ଧାନ କିଣି ନେଇଯାଉଛନ୍ତି । ଏମାନଙ୍କୁ ରୋକିବା ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ହୋଇଛି । ଯୋଗାଣ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି । ଅନ୍ୟ ପକ୍ଷେ ପୁରୀ ଜିଲ୍ଲାରେ ଗୋଟିଏ ବି ଧାନ ମଣ୍ଡି ଖୋଲି ନାହିଁ । ଯାହା ଫଳରେକି ଚାଷୀ ମାନେ ସରକାରୀ ମଣ୍ଡି ନ ଖୋଲିବାରୁ ବାଧ୍ୟ ହୋଇ ବେପାରୀ ମାନଙ୍କୁ ଧାନ ବିକ୍ରୟ କରୁଛନ୍ତି । ଏହାର ସୁଯୋଗ ନେଇ ବେପାରୀ ମାନେ କମ ଦରରେ ଚାଷୀ ମାନଙ୍କ ଠାରୁ ଧାନ କିଣିକି ନେଉଛନ୍ତି । ରାଜ୍ୟରେ ମହାମାରୀ କରୋନା ଯୋଗୁ କାମଧନ୍ଦା ନ ଥିବାରୁ ଲୋକଙ୍କ ପାଖରେ ପଇସା ପତ୍ର ନାହିଁ । ଏହାର ସୁଯୋଗ ନେଇ ଧାନ ବେପାରୀ ମାନେ ଚାଷୀ ମାନଙ୍କୁ ବିଭିନ୍ନ ପକାର ଲୋଭ ଦେଖାଇ ଅଗ୍ରିମ ଟଙ୍କା ଦେଇ କମଦରରେ ଧାନ କିଣି ନେଉଛନ୍ତି ବୋଲି ଚାଷୀ  ହରି ପ୍ରଧାନ, ରାମ ଜେନା, ନବ ଭୋଇ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସରକାରୀ ମଣ୍ଡି ଖୋଲିବା ସହ ଏହି ବେପାରୀ ମାନଙ୍କୁ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୨/୨୦୨୦-----୪,୫୯

ads

Blog Archive

Popular Posts