ରେଞ୍ଚ ରେଳ ଫାଟକର ଉଭୟ ପାର୍ଶ୍ୟ ରାସ୍ତା ମରାମତୀ ଦାବି
ଡେଲାଙ୍ଗ-----ଡେଲାଙ୍ଗ ପିପିଲି ରାସ୍ତାର ରେଞ୍ଚ ରେଳ ଫାଟକର ଉଭୟ ରାସ୍ତା ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇପଡିଛି । ଉକ୍ତ ରାସ୍ତାରେପ୍ରତିଦିନ ଶହ ଶହ ଗାଡି ମଟର ଯିବା ଆସିବା କରିଥାଏ । ଡେଲାଙ୍ଗ, କଣାସର ବ୍ଳକର ପ୍ରାୟ ୪୦ ଗୋଟି ପଞ୍ଚାୟତର ଲୋକମାନେ ଭୁବନେଶ୍ୱର, ପିପିଲି, ନିମାପଡା ଆଦି ଅଞ୍ଚଳକୁ ଯିବା ଆସିବା କରିବା ପାଇଁ ଏହି ହେଉଛି ଏକମାତ୍ର ଗୋଟିଏ ବାଟ । ବର୍ତ୍ତମାନ ଯାନବାହନ ଓ ଲୋକମାନଙ୍କ ଯାତାୟତ ଚଳପ୍ରଚଳରେ ନାହିଁନଥିବା ହଇରାଣ ସୃଷ୍ଟି ହେଉଛି । ଫାଟକର ଉଭୟ ପଟୁ ରାସ୍ତା ଉପରୁ ପିଚୁ ଉଠି ବଡ ବଡ ଗର୍ତ୍ତମାନ ସୃଷ୍ଟି ହୋଇଛି । ଯାହା ଫଳରେ ଏହି ଖାଲଖମା ପାଇଁ ବିଭିନ୍ନ ସମୟରେ ଦୃର୍ଘଟଣା ମଖାନ ଘଟୁଛି । ପୁର୍ବତଟ ରେଳପଥ ଅନ୍ତର୍ଗତ ପୁରୀ ସେକ୍ସସନ ହରିପୁର ଠାରୁ ସାକ୍ଷୀଗୋପାଳ ଅଧିନରେ ରହିଥିବା ବେଳେ ଏହି ରାସ୍ତା ଟିକୁ ପୁର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ । ଲୋକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଏହି ରାସ୍ତା ଶିଘ୍ର ମରାମତି କାର୍ଯ୍ୟ କରିବା ନିମନ୍ତେ ସାଧାରଣରେ ଦାବି ଜୋର ଧରିଛି । ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ର ରୁପ ଦାନା ବାନ୍ଧୁଥିବା ବେଳେ ଯେକୈାଣସି ମୁହୁର୍ତ୍ତରେ ରାସ୍ତାରୋକ ସହିତ ରେଳରୋକ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୮/୧୨/୨୦୨୦---୬,୦୦



