ads

Breaking News

ତାଳମେଣ୍ଡା ପଞ୍ଚାୟତ ପରିଦର୍ଶନରେ କଲେ ଭେଡେନ ଗୋଷ୍ଠି ଉନ୍ନୟନ ଅଧିକାରୀ



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କୁ ପରିଦର୍ଶନ କରିଛନ୍ତି । ହିତାଧିକାରୀ ମାନଙ୍କୁ ସଚେତନ କରିବା ସହ ନିଜ ହକ୍ ର ସରକାରୀ ଅନୁଦାନକୁ କିପରି ଭାବରେ ସୁବିଧାରେ ପାଇ ପାରିବେ ସେ ନେଇ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ ତାଲମେଣ୍ଡା ପଞ୍ଚାୟତ ବିଭିନ୍ନ ଗ୍ରାମର ଉନ୍ନୟନ ମୂଳକ ଯୋଜନା ପରିଦର୍ଶନ କରିଥିଲେ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ଘର ହିତାଧିକାରୀଙ୍କ ପାଖରେ ପହଞ୍ଚି ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହେଉଥିବା ହିତାଧିକାରୀ ମାନଙ୍କୁ ଶୀଘ୍ର ଘର ତିଆରି କରି ସରକାରଙ୍କ ଘୋଷଣା ବୋନସ ଟଙ୍କା ନେବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ପଞ୍ଚାୟତ ଏକଜ୍ୟୁକେଟିଭ ଅଫିସର ଗୋପାଳ ଚନ୍ଦ୍ର ଦାସ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି  ଉପସ୍ଥିତ ରହିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ .....୧୨/୧୨/୩/୨୦୨୦------ ୫,୪୦

ads

Blog Archive