ads

Breaking News

କନ୍ଧମାଳ-ବୌଦ୍ଧ ସୀମାନ୍ତରେ କମ୍ବିଂ ଜୋରଦାର, ମହିଳା ମାଓବାଦୀ ମୃତ


କନ୍ଧମାଳ----- କନ୍ଧମାଳ-ବୌଦ୍ଧ ସିମାନ୍ତ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା କୋଇରିମାଣ୍ଡୁ ପଞ୍ଚାୟତ ଅଡ଼ାବାଲି ଓ ଆଖ ପାଖ ଜଙ୍ଗଲର କେତେକ ସ୍ଥାନରେ ପୁଲିସ ପକ୍ଷରୁ କମ୍ବିଂ ସମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଏହି ଅଂଚଳରେ ମାଓବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ଗତ ତିନି ଧରି କମ୍ବିଂ ଚାଲିଥିଲା। ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ଅଞ୍ଚଳରେ କିଛି ମାଓବାଦୀ ରହିଥିବା ସନ୍ଦେହ କରି ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯଇଥିଲା । ସେହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ପୁଲିସ ଉପରକୁ ଗୁଳିଚାଲନା କରିଥିଲେ। ଏହାପରେ ପୁଲିସ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ମହିଳା ମାଓ ୟୁନିଫର୍ମ ପିନ୍ଧିଥିବା କୁହାଯାଇଛି। ସଂପୃକ୍ତ ଅଞ୍ଚଳରୁ ପୁଲିସ୨ ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ମହିଳା ମାଓବାଦୀଙ୍କ ପରିଚୟ ଜଣାପଡି ନାହିଁ। ସଂପୃକ୍ତ ଅଂଚଳରେ ୧୫ରୁ ଅଧିକ ମାଓବାଦୀ ଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଆଜି ଫୁଲବାଣୀ ଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଅନ୍ୟ କେତେକ ନେତାମାନେ ଫୁଲବାଣୀ ଆସିଥିଲେ। ପକାରି ଓ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ସହିତ ମାଓବାସୀ-ପୁଲିସ୍ ମୁହାଁମୁହିଁ ହୋଇଥିବା ଖବର ପାଇବାପରେ ବିଧାୟକ କ୍ରାଣ୍ଡିବାଲି ଠାରେ ଅଟକି ଯାଇଥିବାର ଏକ ଖବର ହସ୍ତଗତ ହୋଇଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ,୧୨/୧୨/୨୦୨୦-----୫,୪୫

ads

Blog Archive