ହରିରାଜପୁର ଲିଗ୍ କ୍ରିକେଟ ମ୍ୟାଚ ; ରନିଙ୍ଗ୍ ରେବେଲ କ୍ରିକେଟ ଦଳ ବିଜୟୀ
ଡେଲାଙ୍ଗ -------- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଥମ ଲିିଗ କ୍ରିକେଟ କପ-୨୦୨୦ ଗୁରୁବାର ଦିନ ପ୍ରଥମ ମ୍ୟାଚ ରନିଙ୍ଗ୍ ରେବେଲ ଦଳ ସହିତ ମହାବୀର ଫାଇଟର ଭିତରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ମହାବୀର ଫାଇଟର ଦଳ ବ୍ୟାଟିଂ ନିଷ୍ପତି ନେଇ ୨୦ ଓଭରରେ ୫ ଉଇକେଟ ହରାଇ ୧୯୩ ରନ କରିଥିଲେ । ଜବାବରେ ରନିଙ୍ଗ୍ ରେବେଲ ଦଳ ୧୮.୫ବଲରେ ୫ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲେ । ମ୍ୟାଚଟିକୁ ରନିଙ୍ଗ୍ ରେବେଲ ଦଳ୫ଉଇକେଟ ରେ ବିଜୟୀ ହୋଇ ଫାଇନାଲ ମ୍ୟାଚକୁ ପ୍ରବେଶ କରିଛନ୍ତି । ଦିପକ ସାଇରାମ ଓ ଜିତେନ୍ଦ୍ର ଚମ୍ପତି ମ୍ୟାଚକୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୦----୧୦,୦୧



