ବରୀ ରେ ଭାରତ ବନ୍ଦ ସଫଳ
ବରୀ- କେନ୍ଦ୍ର ସରକାର ପାରିତ କୃଷି ବିଲକୁ ଭାରତର ସମସ୍ତ କୃଷକ ସଂଗଠନ ବିରୋଧ କରୁଛନ୍ତି। ଭାରତ ବନ୍ଦକୁ ସମର୍ଥ କରି ଆଜି ବରୀ ବ୍ଲକର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦକୁ ସମ୍ପୁର୍ଣ୍ଣ ସମର୍ଥନ ଜଣାଇ ବରୀ ବ୍ଲକ ସଂଯୋଜକ ମାଧବ ଶାନ୍ତି ଓ ବଲ୍ଲଭା ଜେନାଙ୍କ ନେତୃତ୍ୱରେ ବରୀକୁ ବନ୍ଦ ପାଳନ କରାଯାଇଅଛି । ସମାଜସେବୀ ସତ୍ୟରଞ୍ଜନ କର, ସବୋଦୟ ନେତା ରମାକାନ୍ତ ମଣ୍ଡଳ, ପଦ୍ମନ କୁମାର କର, ଅଜୟ ରଥ, ଅଭିରାମ ଶାନ୍ତି, ଗଙ୍ଗାଧର ଘଡ଼ାଇ, ଦଶରଥ ସାମଲ, ଶ୍ରୀଧର ମହଲ, ସୁଦର୍ଶନ ଜେନା, ଅଶୋକ ଦାସ, ନିତ୍ୟାନନ୍ଦ ଶାନ୍ତି, ପ୍ରଭାତ ପ୍ରଧାନ, ଅରୁଣ କୁମାର ସାମଲ, ସୁଲଭ ଶାନ୍ତି ତାରିଣୀ ଷଢଙ୍ଗୀ ସମତେ ବରୀ ଅଞ୍ଚଳର ଶତାଧିକ କୃଷକ ବରୀ ମାଉଣ୍ଡ ମୁଖ୍ୟ ରାସ୍ତାରେ ବସିଥିଲେ।ଯାନବାହନ ଚଳାଚଳ ବନ୍ଦ ରହିଥିବାବେଳେ 108 ଓ ଆମ୍ବୁଲାନ୍ସ ଯାତାୟତ କରିଥିଲା।ଦୋକାନ,ବଜାର ଓ ସରକାରୀ ଦପ୍ତର ବନ୍ଦ ରହିଥିଲା। ବରୀ ପୋଲିସ ଉକ୍ତ ସ୍ଥାନରେ ଉପସ୍ଥିତ ରହିଥିଲେ। ଭାରତ ବନ୍ଦ ଶାନ୍ତିପୃଣ୍ଣ ଭାବରେ ବରୀରେ ସଫଳ ହୋଇଛି।
ବରୀରୁ ଦର୍ଶନ ବେହେରା , ୯/୧୨/୨୦୨୦----୬,୫୦




