ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ଆରମ୍ଭ ହୋଇଛି ପ୍ରଚେଷ୍ଟା
ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି । ଏହି ଟଙ୍କା କେଉଁ କେଉଁ ବାବଦରେ ଖର୍ଚ୍ଚ କରାଯିବ ତାହାର ଏକ ନକ୍ସା ପ୍ରସ୍ତୁତ କରାଯାଇଛି । ଶନିବାର ପିଡି ନିତିଶ କୁମାର ସେନ ଓ ଡିପିସି ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ସତ୍ୟବାଦୀ ବ୍ଳକର ସହକାରୀ ଯନ୍ତ୍ରୀ ଭାସ୍କର ପ୍ରସାଦ ଶତପଥୀ ଓ ସର୍ବଶିକ୍ଷା ଅଭିଯାନର ଜେଇ, ଆରଡି ଜେଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ସହ ଅଧିକାରୀ ମାନେ ଆଲେଚନା କରିଥିଲେ । ବିଦ୍ୟାଳୟରେ ୭ଟି କ୍ଳାସରୁମ ରହିଥିବା ବେଳେ ୧ରୁ ୧୦ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ସେହିପରି ୩୫୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ । ସେମାନଙ୍କ ପାଇଁ ଗୋଟିଏ ଶୌଚାଳୟ ରହିଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ଅଧିକାରୀ ମାନଙ୍କୁ ଜଣାଇବା ସହ ଅଫିସ ଗୃହ ସହିତ ଅନ୍ୟ ସମସ୍ତ ଛାତ ଘରୁ ପାଣି ଗଳୁଛି ଏବଂ ଖୋଳପି ଛାଡୁଛି ବୋଲି ଅଧିକାରୀ ମାନଙ୍କୁ କହିଥିଲେ । ସହକାରୀ ଯନ୍ତ୍ରୀ ଶ୍ରୀ ଶତପଥୀ କହିଥିଲେ ଛାତ ମରାମତି କଲେ କିଛିଦିନ ରହି ପାରିବ ବୋଲି କହିବା ସହ ଏଥିପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଥିଲେ । ଏହା ସହିତ ୩ ପୁଅଙ୍କ ପାଇଁ ଶୌଚାଳୟ ଓ ୧ଗୋଟି ଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯିବ । ଏହା ସହ ଗେଟ ଓ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ପାଇଁ ଅର୍ଥ ଖର୍ଚ୍ଚ କରାଯିବ ବୋଲି ଡିପିସି ଶ୍ରୀମତି ଦାସ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୨/୧୨/୨୦୨୦---- ୯,୦୫



