ads

Breaking News

ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ଆଲୁମିନି ଆସୋସିଏସନର ବୈଠକ


ଡେଲାଙ୍ଗ: ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ଆଲୁମିନି ଆସୋସିଏସନ (ପୁରାତନ ଛାତ୍ରଛାତ୍ରୀ) ମାନଙ୍କୁ ନେଇ ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିକ୍ଷୟିତ୍ରୀ ବିନୋଦିନୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ଶିକ୍ଷକ ରତ୍ନାକର ଚମ୍ପତୀ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥଲେ । ରାଜ୍ୟ ସରକାର 'ମୋ ସ୍କୁଲ' ଯୋଜନାରେ ଆଲୁମିନି ଆସୋସିଏସନ ଗଠନ କରିବା ପାଇଁ ଏକ ଅଭିନବ ନିଷ୍ପତି ନେଇଛନ୍ତି ବୋଲି ଶିକ୍ଷକ ସନ୍ତୋଷ କୁଣ୍ଡୁ ପ୍ରକାଶ କରିଥିଲେ । ଏହି ଆସୋସିଏସନ ଦ୍ୱାରା ବିଦ୍ୟାଳୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ବ୍ୟାଙ୍କରେ ଜମା କଲେ ଶିକ୍ଷା ବିଭାଗ ଦୁଇଗୁଣ ଉନ୍ନତି କରଣ ପାଇଁ ଅର୍ଥ ପ୍ରଦାନ କରିବେ ବୋଲି ଆଲୁମିନ ସଭ୍ୟ ତଥା ଶିକ୍ଷକ ସତ୍ୟବ୍ରତ ମିଶ୍ର ପ୍ରକାଶ କରିଥିଲେ। ପୁରୀ ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟରେ ୨ୟ ସ୍ଥାନରେ ଏହି ବିଦ୍ୟାଳୟ ରହିଛି ବୋଲି ଶିକ୍ଷକ ବସନ୍ତ ପ୍ରଧାନ ଉପସ୍ଥାପନ କରିଥିଲେ । ଆଜିର ଏହି ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର ଅସିତ୍ ମିଶ୍ର,ଜନ୍ମେଜୟ ମହାପାତ୍ର,ଅକ୍ରୁର ବରାଳ, ମାନଙ୍କ ସହଯୋଗରେ ବିଦ୍ୟାଳୟର ଉନ୍ନତି କରଣ ନିମେନ୍ତ ୫୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ସେହିପରି ସମିତିସଭ୍ୟ ତୁରନ୍ତ ବିଦ୍ୟାଳୟର ପ୍ରାଚୀର ପୁନ୍‌ଃଉଦ୍ଧାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଉପସ୍ଥିତ ଥିବା ପୁରାତନ ଛାତ୍ର ମାନେ ସମର୍ଥନ କରିଥିଲେ । ଏହି ଅବସରରେ ଅସିତ୍ ମହାପାତ୍ରଙ୍କୁ ଆଳୁମିନା କ୍ଲବ୍ରର ସଭାପତି ରୂପେ ମନୋନୀତ କରା ଯାଇଥିଲା । ଶିକ୍ଷୟତ୍ରୀ ସ୍ନେହଲତା ସାହୁ, ଶିବପ୍ରସାଦ ଶତପଥୀ,ରବୀନ୍ଦ୍ର ବିଶ୍ୱାଳ,ଲଳିତ ସାହୁ, କମିଟି ସଭାପତି, ଅଙ୍ଗନବାଡ଼ି କର୍ମୀ, ସିଆରସିସି, ସହ ପୁରାତନ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି , ୧୩/୧୨/୨୦୨୦-----୫,୪୦

ads

Blog Archive