ads

Breaking News

ଆଗ ଅଷ୍ଟମୀ ପଛେ କରୋନା


 ଭଦ୍ରକ : ପ୍ରଥମା ଅଷ୍ଟମୀ ଓଡ଼ିଆଙ୍କର ଏକ ପ୍ରସିଦ୍ଧ ପର୍ବ । ଏହି ପର୍ବରେ ,ଘରର ବଡ ସନ୍ତାନ ନୂତନ ବସ୍ତ୍ର ପରିଧାନ କରିବା ସହ ହଳଦି ପତ୍ରର ଏଣ୍ଡିରି ପିଠା ସହ ମିଠାର ଆସର ଜମାଟ ବାନ୍ଧିଥାଏ । ଘରର ବଡ଼ ପୁଅ ହେଉ ଅବା ଝିଅ ସମସ୍ତଙ୍କୁ ପଢ଼ୁଆଁ କରାଯାଇଥାଏ । ବିବାହର ପ୍ରଥମ ବର୍ଷ ଉଭୟ ଝିଅ ଜ୍ୱାଇଁଙ୍କୁ ପଢ଼ୁଆଁ କରାଯାଇଥାଏ । ସେଥିପାଇଁ କିଛି ଲୋକ ଏହି ପ୍ରଥମା ଅଷ୍ଟମୀ ପର୍ବକୁ ପଢ଼ୁଆଁ ଅଷ୍ଟମୀ ବୋଲି କହିଥାନ୍ତି । ମହାମାରୀ କରୋନା ଯୋଗୁଁ ଦୀର୍ଘ ଆଠ ମାସ ହେବ ସବୁ ପର୍ବ ପର୍ବାଣୀରେ ରୋକ ଲାଗିଥିବା ବେଳେ ଏହି ପର୍ବରେ କିନ୍ତୁ ବଜ଼ାର ଗୁଡ଼ିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଶାସନର ସମସ୍ତ କରୋନା କଟକଣାକୁ ଫୁ କରି ଲୁଗା ପଟା କିଣା କିଣିରେ ଭିଡ଼ ଜମାଇଥିଲେ । ନାଥିଲା ସାମାଜିକ ଦୂରତା ନା ମାକ୍ସ । ଟ୍ରାଫିକ ବ୍ୟବସ୍ଥା ପୁରା ଠପ ହୋଇଯାଇଥିଲା । ଲୋକେ ରାସ୍ତା ଉପରେ ଗାଡି ରଖି ମାର୍କେଟିଙ୍ଗ କରୁଥିଲେ ଯାହାଦ୍ଵାରା ବଜ଼ାର ମୁଖ୍ୟ ସଡ଼କ ଗୁଡିକରେ ଭିଡ଼ ଦେଖିବାକୁ ମିଳିଥିଲା ।
ଭଦ୍ରକ ପ୍ରମୋଦ ନାୟକ, ୮/୧୨/୨୦୨୦,-----୬,୪୦

ads

Blog Archive

Popular Posts