ads

Breaking News

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ



ବୋୖଦ୍ଧ-:ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବୋୖଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଣ୍ଟାମାଲ -ମନମୁଣ୍ଡା ରାସ୍ତାର ଖଟଖଟିଆ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା । ପରିବାର ଲୋକଙ୍କୁ  ସରକାରୀ ସହାୟତାଦାବି ରେ ରାସ୍ତା ଉପରେ ଶବ ରଖି ରାସ୍ତା ରୋକ କରିଥିଲେ।ସୂଚନାଯୋଗ୍ୟ ଯେ
କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଛକନିକଟରେ ଗତକାଲି ସନ୍ଦ୍ୟା ସମୟରେ ଆମ୍ବଗହଣା ଗାଁର ସତ୍ୟନାରାୟଣ ବାଘ ଖଟଖଟିଆ ଗାଁରୁ ନିଜ ଗାଁକୁ ଫେରୁଥିବା ସମୟରେ ଅଜଣା  ଗାଡି ଧକ୍କାରେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ  ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।  ପରିବାର ଲୋକଙ୍କୁ ସହାୟତା ରାଶି ପାଇଁ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଶବକୁ ରାସ୍ତା ଉପରେ ରଖି ଚାରି ଘଣ୍ଟା ଧରି  ରାସ୍ତାରୋକ କରିଥିଲେ।ରାସ୍ତାରୋକ ଯୋଗୁ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ହୋଇଥିଲା । ପରେ କଣ୍ଟାମାଲ ବିଡ଼ିଓ ବନ୍ଦନା ଖଟୁଆ ଓ ମନମୁଣ୍ଡା ଥାନା ଏ ଏସ ଆଇ ଜ୍ଞାନେନ୍ଦ୍ର ମିଶ୍ର ଲୋକଙ୍କୁ ବୁଝାସୁଝା କରିବା ସହ ରେଡ଼ କ୍ରସ ପାଣ୍ଠିରୁ ଦଶ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ  ହଜାର ଟଙ୍କା ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ବୋୖଦ୍ଧରୁ ପ୍ରଣତି ପଣ୍ଡା, ୭/୧୨/୨୦୨୦,୫,୫୮

ads

Blog Archive