ଯାଜପୁର ରେ ଭାରତ ବନ୍ଦ ଆଂଶିକ ସଫଳ
ଯାଜପୁର----- ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କୃଷକ ସଙ୍ଗଠନ,ଏସୁସିଆଇ ଦଳ, ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ରେ ଭାଜପା ସରକାର ଙ୍କୁ ନିନ୍ଦା କରିବା ସହ କୃଷକ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରେ ରଖି ଗାନ୍ଧିଛକ, ମେଡ଼ିକାଲ ଛକ, କିଆନାଲି ଛକ ଇତ୍ୟାଦି ସ୍ଥାନ ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଯାଜପୁର ବିଧାନସଭା ପାର୍ଥୀ ସନ୍ତୋଷ କୁମାର ନନ୍ଦ ଙ୍କ ନେତୃତ୍ୱରେ ଯାଜପୁର ପୂର୍ବତନ ନଗରପାଳ ତଥା କଂଗ୍ରେସ ନେତା ଅଲୋକ ବେହେରା, ଭାସ୍କର ମହାନ୍ତି, ପ୍ରତିମା କର, ହୃଷୀକେଶ ପତି, ଦୃଯୋଧ୍ୟନ ବେହେରା,ବିଷ୍ଣୁ ରାଉତ,ବିଭୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ପ୍ରତି ଛକ ରେ ମୁତୟନ କରାଯାଇଛି।ଦୋକାନ ବଜାର ବନ୍ଦ ରହିଛି ଶାନ୍ତିଶୃଙ୍ଖଳା ସହିତ ଯାଜପୁର ରେ ବନ୍ଦ ପାଳନ କରାଯାଇଛି ।
ଯାଜପୁର ରୁ ଶିବୁ ମହାନ୍ତି ,୯/୧୨/୨୦୨୦--- ୬,୪୦






