ads

Breaking News

ଡିସେମ୍ବର ୮ ଭାରତ ବନ୍ଦ କୁ ଏସ୍.ୟୁ.ସି.ଆଇ ଓ ଏ.ଆଇ , କେ.କେ.ଏମ୍.ଏସ୍ ର ସମର୍ଥନ



ଗଞ୍ଜାମ----  ଦିଲ୍ଲିରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ କରି ସଂଗ୍ରାମୀ କୃଷକ ମାନଙ୍କ ଦ୍ବାରା ଡ଼ାକରା ଦିଆଯାଇଥିବା ଆସନ୍ତା କାଲିର ଭାରତ ବନ୍ଦକୁ ସଫଳ କରିବା ପାଇଁ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ଏବଂ ଏ.ଆଇ , କେ.କେ.ଏମ୍.ଏସ୍ ତରଫରୁ ଏକ ଶୋଭାଯାତ୍ରା କମାପଲ୍ଲୀ ଛକ ଠାରୁ ବାହାରି ବ୍ରହ୍ମପୁର ସହର ପରିକ୍ରମା କରିଛି ।  କରୋନା ମହାମାରୀ ଭଳି ଆର୍ଥିକ ଦୁରାବସ୍ଥା ଭଳି ଦୁର୍ଦ୍ଦିନରେ ସାଧାରଣ ଲୋକଙ୍କୁ ସହାୟତାର ହାତ ନବଢାଇ ପ୍ରଥମେ ଶିକ୍ଷା , ସ୍ବାସ୍ଥ୍ୟ , ରେଳ ଏବଂ ତାପରେ କୃଷିକୁ ମଧ୍ୟ ପୁଞ୍ଜିପତି ଏବଂ କର୍ପୋରେଟ ହାଉସ୍ ହାତରେ ଟେକିଦେବା ପାଇଁ ଆଇନ ଅଣାଯାଇଛି । ଲୋକଙ୍କୁ ସ୍ବାଭାବିକ ଜୀବନ ଯାତ୍ରା ଅଚଳ ହୋଇଯାଇଥିବା ବେଳେ ଏହାର ସୁଯୋଗ ନେଇ ' ଏକ ଦେଶ , ଏକ ବଜାର'ର ଆଢୁଆଳରେ କେନ୍ଦ୍ର ବି.ଜେ.ପି. ସରକାର ଚାଷୀ ମାନଙ୍କ ବ୍ୟାଙ୍କ ଋଣ ଛାଡ କରିବା ଏବଂ ଫସଲର ଉପଯୁକ୍ତ ମୂଲ୍ୟ ଦେବା ପରିବର୍ତ୍ତେ ଗତ ଜୁନ ୦୫ ତାରିଖରେ ଆଣିଥିବା ୩ଟି କୃଷକ ବିରୋଧୀ ଅଧାଦେଶକୁ ବିନା ଆଲୋଚନାରେ ଧୂନି ମତରେ ସଂସଦରେ ପାସ କରି ଆଇନରେ ପରିଣତ କରିଛନ୍ତି ।  ୧୯୫୫ ମସିହା ଠାରୁ ରହି ଆସିଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସଂଶୋଧନ କରି ଏକ ନୂଆ ଆଇନ ଆଣି ଚାଉଳ , ଆଳୁ , ପିଆଜ , ଡାଲି , ତେଲ ଭଳି ୨୦ଟି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ସରକାରଙ୍କ ନିୟନ୍ତ୍ରଣ ଉଠାଇ ଦିଆଯାଇଛି । ଏହା ବିରୁଦ୍ଧରେ ଆଜି ଦେଶର ଚାଷୀ ସଙ୍ଗଠନ ମାନଙ୍କ ' ଦିଲ୍ଲି ଚଲୋ ' ଡାକରାରେ ହଜାର ହଜାର ଚାଷୀ ପୋଲିସର ନିର୍ମମ ଅତ୍ୟାଚାର ସହି ଦିଲ୍ଲୀ ଠାରେ ଆନ୍ଦୋଳନରତ । ଏହି ଐତିହାସିକ ଚାଷୀ ଆନ୍ଦୋଳନକୁ ଅଲ୍ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ଏବଂ ଏ.ଆଇ , କେ.କେ. ଏମ୍ . ଏସ୍ ତରଫରୁ ସିଂହତି ଜଣାଇବା ସହ ଆସନ୍ତା କାଲିର ସଂଗ୍ରାମୀ କୃଷକ ମାନଙ୍କ ଦ୍ବାରା ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଏସ.ୟୁ.ସି.ଆଇ , କମ୍ୟୁନିଷ୍ଟ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ଶିବାନୀ ଶଙ୍କର ମିଶ୍ର , ନିମାଇଁ ଚରଣ ସାହୁ , କାମରାଜ ସାହୁ ଏବଂ ଏ.ଆଇ.କେ.କେ ଏମ୍ . ଏସ୍ ଗଞ୍ଜାମ ଜିଲ୍ଲା ସଙ୍ଗଠକ ପପୁନ ସାହୁ ଓ ନାରାୟଣ ସାହୁ ଉପସ୍ଥିତ ଥିଲେ । ଗଞ୍ଜାମ ରୁ ଆଶିଷ କୁମାର ପାତ୍ର ୮/୧୩/୨୦୨୦-----୬,୫୦

ads

Blog Archive

Popular Posts